17 October 2017
10:26:48 PM
Sambad News
ଜୀବନଚର୍ଯ୍ୟା

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

By Sambad | Date: Aug 12 2017 8:46AM
ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ତିରିଶ ବର୍ଷ ପରେ ମହିଳାମାନେ ସ୍ତନ କର୍କଟରେ ଆକ୍ରାନ୍ତ ହେଉଥିବାର ଦୃଷ୍ଟାନ୍ତ ଅଧିକ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ପ୍ରତି ତିରିଶ ଜଣରେ ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ସାବଧାନ ତଥା କେତେକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ ଦ୍ୱାରା ସ୍ତନ କର୍କଟ ଆଶଙ୍କା ରହେନାହିଁ। ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ଠିକ୍‌ ସମୟରେ ଶୋଇବା ଓ ଉଠିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସନ୍ତୁଳିତ ତଥା ଭିଟାମିନ୍‌ ଡି, ସି ଏବଂ ବି-୧୨ପୋଷକଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ତାଜା ଫଳ, ସବୁଜ ପନିପରିବା, ଶାଗ ସାମିଲ କରନ୍ତୁ। କଞ୍ଚା ରସୁଣ କର୍କଟ ପ୍ରତିରୋଧକ ହୋଇଥିବାରୁ ପ୍ରତିଦିନ ଖାଦ୍ୟରେ ଖାଇବା ଉପକାରୀ। ସବୁଜ ଚାହା ପିଅନ୍ତୁ। ଏହା ଏଣ୍ଟିଅକ୍ସିଡାଣ୍ଟଯୁକ୍ତ ହୋଇଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ନିୟମିତ ବ୍ୟାୟାମ ଦ୍ୱାରା ସ୍ତନ କର୍କଟ ସମସ୍ୟା ଦୂରହୁଏ। ପ୍ରତିଦିନ କିଛି ସମୟ ଚାଲନ୍ତୁ କିଂବା ଧୀରେ ଦୌଡ଼ନ୍ତୁ। ସନ୍ତରଣ ଅଭ୍ୟାସ କରିପାରନ୍ତି। ଏହା ଦ୍ୱାରା ଓଜନ ଠିକ୍‌ ରହେ, ରକ୍ତ ଚାପ ନିୟନ୍ତ୍ରିତ ହୁଏ, ଯକୃତ୍‌ରେ ଚର୍ବି ଜମେନାହିଁ ଏବଂ ସ୍ତନ କର୍କଟ ସମସ୍ୟା ଟଳିଯାଏ। ମାନସିକ ଚାପରେ ରହନ୍ତୁନାହିଁ। ଚାପରୁ ମୁକ୍ତି ପାଇଁ ସବୁଠାରୁ ଭଲ ଉପାୟ ହେଲା ପ୍ରତିଦିନ ଧ୍ୟାନ ଓ ଯୋଗ ଅଭ୍ୟାସକରନ୍ତୁ। କର୍କଟ ରୋଗର ପାରିବାରିକ ଇତିହାସ, ଚାଳିଶ ବର୍ଷ ପରେ ପ୍ରଥମ ସନ୍ତାନ ଜନ୍ମ, ଆଲକହଲ୍‌ ସେବନ, ପ୍ରଜେଷ୍ଟରେନ୍‌ କିଂବା ଏଷ୍ଟ୍ରୋଜେନ୍‌ ହରମନ୍‌ ବଟିକା ଖାଉଥିବା ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଆଶଙ୍କା ଥାଏ। ଏଥିପ୍ରତି ସତର୍କ ରହିବା ଜରୁରୀ। ନିୟମିତ ବ୍ୟବଧାନରେ ବିଭାଗୀୟ ଡାକ୍ତରଙ୍କଠାରେ ପରୀକ୍ଷା କରାଇବା ଦ୍ୱାରା ସ୍ତନ କର୍କଟ ସମସ୍ୟା ଜଣାପଡ଼େ।
 

image