19 November 2017
4:44:46 AM
Sambad News
ଜୀବନଚର୍ଯ୍ୟା

ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ,ହୃଦ୍‌ରୋଗରୁ ରକ୍ଷା ପାଆନ୍ତୁ!

By Sambad | Date: Aug 18 2017 8:39AM
ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ,ହୃଦ୍‌ରୋଗରୁ ରକ୍ଷା ପାଆନ୍ତୁ!

ହୃଦ୍‌ରୋଗରେ ହୃଦ୍‌ଘାତ ,ଉଚ୍ଚ ଓ ନିମ୍ନ ରକ୍ତଚାପ ଆଦି ସାଧାରଣ କଥା ଯଦିଓ ଅନୁବାଂଶିକ,ତଥାପି ଜୀବନଶୈଳୀ ଯୋଗୁଁ ମଧ୍ୟ ଏଭଳି ରୋଗହେବାର ଆଶଙ୍କା ରହିଥାଏ।ନିଜର ଜୀବନଶୈଳୀରେ ପରିବର୍ତ୍ତନ କରି ଆପଣ ଚାହିଁଲେ ନିଜ ପରିବାରରୁ ମଧ୍ୟ ହୃଦ୍‌ରୋଗରୁ ରକ୍ଷା କରାଇପାରିବେ।ଏଥିପାଇଁ ଟିପ୍‌ସ.....
•   ଅଧିକ କୋଲେଷ୍ଟ୍ରଲ୍‌ ଯୁକ୍ତ ପଦାର୍ଥ ଯଥା ଅଣ୍ଡା,ଘିଅ ଯୁକ୍ତ ଖାଦ୍ୟ ଓ ମିଠା ଇତ୍ୟାଦି କମ୍‌ ଖାଆନ୍ତୁ।
•   ଅଧିକ ଲୁଣ ଖାଇବାର ଅଭ୍ୟାସ ପରିତ୍ୟାଗ କରନ୍ତୁ।ଏହାଦ୍ୱାରା ଆପଣଙ୍କ ଶିଶୁ ଠାରେ ମଧ୍ୟ ହୃଦ୍‌ରୋଗ ଦେଖାଯିବ ନାହିଁ।
•   ସିଗାରେଟ୍‌ ଓ ମଦ୍ୟପାନ ଠୁଁ ଦୂରେଇ ରୁହନ୍ତୁ। ଯଦି ତା’ ସମ୍ଭବ ନୁହେଁ,ତେବେଏହାକୁ ହ୍ରାସ କରନ୍ତୁ।
•  ଠିକ୍‌ ସମୟରେ ସ୍ନାନ କରିବା,ବସି ବସି ଟେଲିଭିଜନ୍‌ ଦେଖିବା,ଘରେ ଚାକର ଥିଲେ କୁଟାଖଣ୍ଡକେ ଦିଖଣ୍ଡ ନ କରିବା,ଭଳି ଅଭ୍ୟାସକୁ ଛାଡ଼ନ୍ତୁ ।
•  ସାରା ପରିବାରକୁ ନିୟମିତ ରୂପରେ ବ୍ୟାୟାମ କରିବାର ଅଭ୍ୟାସରେ ଅଭ୍ୟସ୍ତ କରନ୍ତୁ। ପ୍ରତିଦିନ ସ୍ୱାମୀ,ସ୍ତ୍ରୀ ଓ ପିଲା ସମସ୍ତେ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯିବ ଏବଂ ମାଂସପେଶୀ ସୁଦୃଢ଼ ହେବ।
•   ମାନସିକ ଉତ୍ତେଜନା ବୃଦ୍ଧି ହେବା ଫଳରେ ହୃଦ୍‌ରୋଗ ହୋଇଥାଏ।ଏଣୁ ଯଥାସମ୍ଭବ ଉତ୍ତେଜିତ ନ ହେବା ଭଲ।
 

image