19 November 2017
4:27:39 AM
Sambad News
ଜୀବନଚର୍ଯ୍ୟା

ଆପଣଙ୍କର ଘୁଙ୍ଗୁଡ଼ି ସମସ୍ୟା ରହିଛି କି?

By Sambad | Date: May 19 2017 8:41PM
ଆପଣଙ୍କର ଘୁଙ୍ଗୁଡ଼ି ସମସ୍ୟା ରହିଛି କି?

ଘୁଙ୍ଗୁଡ଼ି ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ବା ବିକାର ହୋଇଥିଲେ ହେଁ ଏହାକୁ ଅଣଦେଖା କଲେ, ବେଳେ ବେଳେ ପରିଣାମ ଭୟଙ୍କର ହୋଇପାରେ। ପିଲାମାନେ ଏହି ବିକାରର ଶିକାର ହେଲେ, ସ୍ୱାଭାବିକ ଭାବେ ବଢ଼ିପାରନ୍ତିନାହିଁ, ଭଲ ପଢ଼ନ୍ତିନାହିଁ, ଅକାଳରେ ଉଚ୍ଚ ରକ୍ତ ଚାପ ଭୋଗନ୍ତି। ବୟସ ସହ ଘୁଙ୍ଗୁଡ଼ି ସମସ୍ୟା ବଢ଼େ। ମୋଟା ଲୋକେ ଏହା ଭୋଗିବା ଆଶଙ୍କା ଅଧିକ। ପୁଣି, ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଭୋଗନ୍ତି।
 ଏହାର କାରଣ ଅନେକ। ଯଥା: ମେଦବହୁଳତା, ମୁହଁ ତୁଳନାରେ ଲମ୍ବା ଜିଭ, ମୁହଁର ହାଡ଼ରେ ଅସ୍ୱାଭାବିକତା, ଶୋଇବା ପୂର୍ବରୁ ସୁରାପାନ, ଜିଭ ଓ ତଣ୍ଟିର ମାଂସପେଶୀରେ ଦୁର୍ବଳତା, ନାକରେ ଆଲର୍ଜି, ସାଇନସ୍‌ ସମସ୍ୟା। ଘୁଙ୍ଗୁଡ଼ି ଯୋଗୁଁ ରାତିରେ ନିଦ ହୁଏନାହିଁ, ଦିନରେ ନିଦ ଲାଗେ। ରକ୍ତ ଚାପ, ଅବସାଦ ବଢ଼େ। କାମ କରିବା ପାଇଁ ଶକ୍ତି ମିଳେନାହିଁ। ଯୌନ ସମସ୍ୟା ସୃଷ୍ଟି ହୁଏ। ବେଳେ ବେଳେ ଶରୀର ପର୍ଯ୍ୟାପ୍ତ ଅମ୍ଳଜାନ ପାଏନାହିଁ। 
 ତେଣୁ, ଘୁଙ୍ଗୁଡ଼ି ସମସ୍ୟା ଗୁରୁତର ହେଲେ, ଚିକିତ୍ସକଙ୍କ ସହ ପରାମର୍ଶ ଜରୁରୀ। ସାଧାରଣ ଭାବେ ରାତିରେ ଶୋଇବାର ଚାରି ଘଣ୍ଟା ପୂର୍ବରୁ ସୁରାପାନ, ନିଦ ବଟିକା ସେବନ ଅନୁଚିତ। କଡ଼ ମାଡ଼ି ଶୋଇବା ଉଚିତ। ପ୍ରତି ଦିନ ବ୍ୟାୟାମ ସହ ସନ୍ତୁଳିତ ଆହାର ଆବଶ୍ୟକ। ଓଜନ ନିୟନ୍ତ୍ରଣରେ ରହିବା ମଧ୍ୟ ଦରକାର।

image