17 October 2017
10:20:59 PM
Sambad News
କୋରାପୁଟ

ଫେରାର୍‌ ପତ୍ନୀହନ୍ତା ଗିରଫ

By Sambad | Date: Jan 7 2017 6:26AM
ଫେରାର୍‌ ପତ୍ନୀହନ୍ତା ଗିରଫ
Photo by : timesofindia.indiatimes.com

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ଚନ୍ଦକା ପଞ୍ଚାୟତ ଜିଲାଗୁଣ୍ଠା ଗ୍ରାମର ଜଣେ ମହିଳାଙ୍କୁ ହତ୍ୟା କରି ୧୦ଦିନ ଧରି ଫେରାର ଥିବା ଅଭିଯୁକ୍ତ ସ୍ୱାମୀଙ୍କୁ ପଟାଙ୍ଗି ପୁଲିସ ଗତକାଲି ମଧ୍ୟରାତିରେ ଗିରଫ କରିିଛି। ସୂଚନା ଅନୁଯାୟୀ, ଗତ ୨୭ତାରିଖରେ ଜିଲାଗୁଣ୍ଠା ଗ୍ରାମର ପୁଲୁ ମାରୀ ମଦ୍ୟପାନ କରି ଘରକୁ ଆସିଥିଲେ। ପରେ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ମଙ୍ଗୁଳିଙ୍କୁ ପିଟିପିଟି ମାରିଦେବା ସହ ପ୍ରମାଣ ନଷ୍ଟ ପାଇଁ ମଙ୍ଗୁଳିଙ୍କ ଶବକୁ ବି ପୋଡ଼ିଦେଇଥିଲେ। ମଙ୍ଗୁଳିଙ୍କ ବାପାଙ୍କ ଏତଲା କ୍ରମେ ପଟାଙ୍ଗି ଥାନା ପୁଲିସ ଅଭିଯୁକ୍ତ ପୁଲୁକୁ ଖୋଜୁଥିବା ବେଳେ ସେ ଫେରାର ଥିଲା। ଗତକାଲି ସେ ଗାଁକୁ ଆସିଥିବା ଖବର ପାଇ ପଟାଙ୍ଗି ଥାନା ଏସ୍‌ଆଇ ସଦଳବଳ ଗତକାଲି ମଧ୍ୟରାତିରେ ଚଢ଼ଉ କରି ପୁଲୁକୁ ଉଠାଇ ଆଣିଥିଲେ।

image