20 October 2017
8:56:00 AM
Sambad News
ଖୋର୍ଦ୍ଧା

ଟାଙ୍ଗୀ ଓ ବୋଲଗଡ଼ରେ ଧାନମଣ୍ଡି ଖୋଲିଲା

By Sambad | Date: Jan 12 2017 6:17AM
ଟାଙ୍ଗୀ ଓ ବୋଲଗଡ଼ରେ ଧାନମଣ୍ଡି ଖୋଲିଲା

ଟାଙ୍ଗୀ (ଖୋର୍ଧା)/ବୋଲଗଡ଼ : ଖୋର୍ଧା କେନ୍ଦ୍ର ସମବାୟ ସମିତିର ଟାଙ୍ଗୀ ଶାଖାରେ ଆଜି ଧାନମଣ୍ଡିର ଶୁଭ ଉଦ୍‌ଘାଟନ ହୋଇଛି। ବର୍ଷୀୟାନ୍‌ କୃଷକ ପତିତପାବନ ପାଇକରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ଟାଙ୍ଗୀ, ବଡ଼ପାରୀ, ପାରିଓରଡ଼ ଓ ସୁନ୍ଦରପୁର ଆଦି ପଞ୍ଚାୟତର ଚାଷୀମାନେ ଏହି ମଣ୍ଡିରେ ପ୍ରତ୍ୟେକ ବୁଧବାର ଦିନ ଧାନ ବିକ୍ରି କରିପାରିବେ ବୋଲି ଜଣାଯାଇଛି। ଆଜିର ଏହି ଉଦଘାଟନୀ ଉତ୍ସବରେ ଟାଙ୍ଗୀ ସମବାୟ ସମିତି ସଭାପତି ମହେନ୍ଦ୍ର କୁମାର ସାହୁ, ବଡ଼ପାରୀ ସଭାପତି ଅଜୟ କୁମାର ସୁନ୍ଦରାୟ, ଟାଙ୍ଗୀ ସମିତି ସଂପାଦକ ଚନ୍ଦ୍ରଶେଖର ସାହୁ, ସହସଂପାଦକ ସଂଗ୍ରାମ କେଶରୀ ମହାପାତ୍ର, ଅଗ୍ରଣୀ ଚାଷୀ ଦୁଃଶାସନ ବିଶ୍ୱାଳ, ସରୋଜ କୁମାର ପାଇକରାୟ, ଭଗବାନ ପାଇକରାୟ, ନରେନ୍ଦ୍ର ବିଶ୍ୱାଳ, ହାଡ଼ୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
 
ବୋଲଗଡ଼ ସେବା ସମବାୟ ସମିତିରେ ଗତକାଲି ଧାନମଣ୍ଡି ଖୋଲିଛି। ସମିତି ସଭାପତି ବୀର ଦାସ ଆନୁଷ୍ଠାନିକ ଭାବେ ଏହି ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ଖୋର୍ଧା କେନ୍ଦ୍ର ସେବା ସମବାୟ ବ୍ୟାଙ୍କର ସହକାରୀ ଉପନିବନ୍ଧକ ଧୃବଚରଣ ସେଠୀ, ବୋଲଗଡ଼ ସେବା ସମବାୟ ସମିତି ସମ୍ପାଦକ ଜନାର୍ଦନ ମାର୍ଥା, ଶ୍ରୀଜଗନ୍ନାଥ ରାଇସ ମିଲ୍‌, ଟାଙ୍ଗୀର ମ୍ୟାନେଜର୍‌ ପ୍ରମୁଖ ଉପସ୍ଥିତ ଥିଲେ। ୩୦ଜଣ ଚାଷୀଙ୍କଠାରୁ ମୋଟ ୧ହଜାର କ୍ୱିଣ୍ଟାଲ ଧାନ କିଣାଯାଇଥିଲା। ପ୍ରତ୍ୟେକ ମଙ୍ଗଳବାର ସଂପୃକ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସମିତିର ସଂପାଦକ ଜଣାଇଛନ୍ତି। ସେହିପରି ଡାବରଧୁଆପାଟଣା ସେବା ସମବାୟ ସମିତିରେ ସୋମବାର ଧାନମଣ୍ଡି ଖୋଲାଯାଇ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରଯାଇଛି। ଏହାକୁ ସଂପୃକ୍ତ ସମିତିର ସଭାପତି ଶେଖ୍‌ ଗୁଲାମନବୀ ତରଫଦାର୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

image