18 November 2017
12:52:13 AM
Sambad News
ଖୋର୍ଦ୍ଧା

ଖୋର୍ଧା ସହରରୁ ହଟିଲା ହୋର୍ଡିଂ

By Sambad | Date: Jan 12 2017 6:16AM
ଖୋର୍ଧା ସହରରୁ ହଟିଲା ହୋର୍ଡିଂ

ଖୋର୍ଧା : ଖୋର୍ଧା ସହରରେ ଆଜିଠାରୁ ହୋର୍ଡିଂହଟା ଅଭିଯାନ ଆରମ୍ଭ ହୋଇଛି। ତହସିଲଦାର ଚିନ୍ମୟ ଆଚାର୍ଯ୍ୟଙ୍କ ନେତୃତ୍ୱରେ ତହସିଲ ଏବଂ ପୌରପରିଷଦର କର୍ମଚାରୀମାନେ ପୁଲିସ ସହାୟତାରେ ଜିଲ୍ଲାପାଳ ଅଫିସଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ଦଳର ପୋଷ୍ଟର୍‌, ବ୍ୟାନରକୁ ହଟାଇଥିଲେ। ଖୋର୍ଧା ବ୍ଲକର ହଳଦିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂକୁ ମଧ୍ୟ ହଟାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କୌଣସି ପ୍ରାର୍ଥୀ ସର୍ବସାଧାରଣ ସ୍ଥାନ, ମନ୍ଦିର, ମସଜିଦ୍‌, ବିଦ୍ୟାଳୟ ଆଦି ସ୍ଥାନ ସହ ଘରମାଲିକଙ୍କ ବିନା ଅନୁମତିରେ ପୋଷ୍ଟର୍‌, ବ୍ୟାନର କିମ୍ବା ପ୍ରଚାରପତ୍ର ଲଗାଇବା ଦୃଷ୍ଟିକୁ ଆସିଲେ, ସେଗୁଡ଼ିକୁ ହଟାଯିବା ସହ ଏଥିପାଇଁ ହୋଇଥିବା ଖର୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ହିସାବରେ ମିଶାଯିବ। ଆସନ୍ତାକାଲି ମଧ୍ୟ ସହରର ପ୍ରମୁଖ ସ୍ଥାନମାନଙ୍କରେ ଲାଗିଥିବା ହୋର୍ଡିଂକୁ ହଟାଯିବ ବୋଲି ଉପଜିଲ୍ଲାପାଳ ସରୋଜ କୁମାର ସାହୁ କହିଛନ୍ତି। 

image