19 October 2017
5:21:52 AM
Sambad News
ଖୋର୍ଦ୍ଧା

ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ

By Sambad | Date: Jan 8 2017 6:14AM
ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ

ଖୋର୍ଧା : ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗତ ରାତିରେ ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀ ଗ୍ରାମର ସୁରେଶ ଚନ୍ଦ୍ର ପ୍ରଧାନଙ୍କ ୪ ବଖରା ଚାଳଘରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ସଂପର୍କରେ ସୁରେଶଙ୍କ ସ୍ତ୍ରୀ ବୀଣାପାଣି ସଦର ଥାନାରେ ୫ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ୯/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୀଣାପାଣିଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୯ଟାରେ ତାଙ୍କ ୨ପୁଅ ସାହି ଭିତରକୁ ଯାଇଥିବା ବେଳେ ସୁରେଶ ଓ ବୀଣାପାଣି ଘରେ ଟିଭି ଦେଖୁଥିଲେ। ଏତିକିବେଳେ ୨ଟି କାର୍‌ରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ତାଙ୍କ ଘର ଭିତରକୁ ଧସେଇ ପଶିଥିଲେ। ସେମାନେ ବୀଣାପାଣିଙ୍କୁ ଗାଳିଗୁଲଜ କରିବା ସହ ୨ପୁଅଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହା ଦେଖି ସୁରେଶ ବାହାରକୁ ଦଉଡି ପଳାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ ବୋଲି ବୀଣାପାଣି କହିଛନ୍ତି।

image