21 November 2017
12:42:35 AM
Sambad News
ଖୋର୍ଦ୍ଧା

କନ୍ତିଆ ପଞ୍ଚାୟତରେ ଭୋଟ୍‌ ବର୍ଜନ ପାଇଁ ବୈଠକ

By Sambad | Date: Jan 7 2017 4:28AM
କନ୍ତିଆ ପଞ୍ଚାୟତରେ ଭୋଟ୍‌ ବର୍ଜନ ପାଇଁ ବୈଠକ

ଜଟଣୀ : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଜଟଣୀ ବ୍ଲକ ଅଧୀନ କନ୍ତିଆ ଗ୍ରାମ ପଞ୍ଚାୟତବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ୧୩ଟି ମୌଜାର ଜମିଜମାଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ମାର୍ଫତ ଜଗନ୍ନାଥଙ୍କ ନାମରେ ବେନିୟମ ଭାବେ କରାଯାଇଥିବା ପ୍ରତିବାଦରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏନେଇ ଆଜି ରଥିପୁରସ୍ଥିତ ସାକ୍ଷୀ ଗୋପିନାଥ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯୁବଗୋଷ୍ଠୀଙ୍କ ଡାକରାରେ ଏଥିରେ ରଥିପୁର, କନ୍ତିଆ, ବୁଢ଼ାପଡ଼ା ଓ ନିରଞ୍ଜନପୁର ଗ୍ରାମର ଶହଶହ ଲୋକ ମିଳିତ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। 

image