20 October 2017
10:25:51 AM
Sambad News
କେନ୍ଦୁଝର

ଚମ୍ପୁଆ: ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

By Sambad | Date: Aug 11 2017 9:25AM
ଚମ୍ପୁଆ: ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

ଚମ୍ପୁଆ: ଆଜି ସକାଳେ  କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ  ୨୧୫ ନମ୍ବର ଜାତୀୟ ରାଜପଥର ଅଙ୍ଗୁଳିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା  ବାଇକଆରୋହୀମାନେ ହେଲେ ସତ୍ୟଜିତ ମହାକୁଡ଼, ରଞ୍ଜିତ ନାୟକ ଓ ଅମରନାଥ ପତି। ଏହି ୩ ଜଣ ଯୁବକ ଆଜି ଭୋରରୁ ଗୋଟିଏ ମୋଟର ସାଇକେଲରେ ଯାଉଥିବା ବେଳେ ସେମାନଙ୍କୁ ପଛପଟୁ କୌଣସି ଅଜଣା ଗାଡ଼ି ଧକ୍‌କା ଦେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

image