18 October 2017
11:51:46 PM
Sambad News
କେନ୍ଦୁଝର

ଗୁଣ୍ଡିଚାଘାଘୀ ଜଳପ୍ରପାତ ପାଲଟିଲା ରଣକ୍ଷେତ୍ର

By Sambad | Date: Jan 9 2017 6:29AM
ଗୁଣ୍ଡିଚାଘାଘୀ ଜଳପ୍ରପାତ ପାଲଟିଲା ରଣକ୍ଷେତ୍ର

ଘଟଗାଁ :  ଆଜି ରବିବାର ଥିବାରୁ ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ  ବଣଭୋଜି ପାଇଁ ପ୍ରବଳ ଭିଡ଼ ଲାଗିଥିଲା। ତେବେ ସନ୍ଧ୍ୟାରେ ସେଠାରେ ମୁତୟନ ଥିବା ପୁଲିସ ଗୁଣ୍ଡିଚାଘାଗୀ ଉନ୍ନୟନ କମିଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ  ମାଡ଼ ମାରିବା  ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଆଦିବାସୀ  ମୁଣ୍ଡା ସଂପ୍ରଦାୟ ମଧ୍ୟରେ ଏହି କଥା ପ୍ରଘଟ ହେବା ପରେ ଘଟଣାଟି ଉଗ୍ରରୂପ ନେଇଥିଲା। ପୁଲିସ ଓ କର୍ମକର୍ତା ମୁହାଁମୁହିଁ ହୋଇଥିଲେ। ମାଡପିଟ୍‌ ଏବଂ ଗଣ୍ଡଗୋଳ ଦେଖି ବଣ ଭୋଜି ପାଇଁ ଆସିଥିବା ଲୋକମାନେ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ସଂଘର୍ଷରେ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ଘଟଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା  ଜଣାଯାଇଛି। ଏହି ଘଟଣାରେ ଘଟଗାଁ ଥାନା ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅନ୍ୟପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗୁଣ୍ଡିଚାଘାଗୀ ଉନ୍ନୟନ କମିଟିର କର୍ମକର୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଥାନାରେ ରୁଣ୍ଡ ହୋଇଥିଲେ। ବିନା କାରଣରେ ମାଡ ମାରିଥିବାରୁ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କମିଟି।

image