20 October 2017
3:10:11 AM
Sambad News
କେନ୍ଦୁଝର

ସିପିଆଇର ବିକ୍ଷୋଭ

By Sambad | Date: Dec 28 2016 2:02AM
ସିପିଆଇର ବିକ୍ଷୋଭ

କେନ୍ଦୁଝର: ବିଭିନ୍ନ ଦାବିରେ ଆଜି ସିପିଆଇ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ନେଇ ସ୍ଥାନୀୟ କାଳୀପଡିଆରୁ ଶତାଧିକ କର୍ମୀ  ଏକ ର‍୍ୟାଲିରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ସଂପାଦକ ସୂଚାରୁ ନାଏକଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭସଭା ଆୟୋଜିତ ହୋଇଥିଲା।

ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା ଏବଂ ଶଶିଧର ପରିଡା ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଅତିଥିମାନେ କହିଥିଲେ ଯେ ଯେଉଁ ଶ୍ରମିକମାନଙ୍କ ପାଇଁ ଆଜି ଦେଶ ବିକାଶ କରୁଛି, ସେମାନଙ୍କୁ ସର୍ବଦା ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରିଆସିଛନ୍ତି । ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିକାଶ ପ୍ରତି ଆଦୌ ଯତ୍ନବାନ ନୁହନ୍ତି। ଏପରିକି ଜଙ୍ଗଲ ଜମିର ପଟ୍ଟା ପ୍ରଦାନଠାରୁ ଆରମ୍ଭ କରି ଧାନକିଣା, ଇନ୍ଦିରା ଆବାସ ବଣ୍ଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳା କରାଯାଉଛି।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ, ରାସନକାର୍ଡ ହିତାଧିକାରୀଙ୍କ ମାସିକ ୫୦ କେଜି ଚାଉଳ ସହିତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିବା, ଇନ୍ଦିରା ଆବାସ ଓ ମୋ କୁଡିଆ ଯୋଜନାକୁ ଦୁର୍ନୀତିମୁକ୍ତ କରିବା, କେନ୍ଦୁଝରକୁ ସଂପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା କରିବା ଆଦି ଦାବି ଉପସ୍ଥାପନ କରିଥିଲେ।

image