20 October 2017
8:43:16 AM
Sambad News
ରାଜ୍ୟ

କେନ୍ଦ୍ରାପଡ଼ାରେ କୃଷକ ଅଧିକାର ଯାତ୍ରା : ‘କୃଷକଙ୍କ ସ୍ୱାର୍ଥକୁ ଅଣଦେଖା ବରଦାସ୍ତ କରାଯିବ ନାହିଁ’

By Sambad | Date: Jan 6 2017 2:03AM
କେନ୍ଦ୍ରାପଡ଼ାରେ କୃଷକ ଅଧିକାର ଯାତ୍ରା : ‘କୃଷକଙ୍କ ସ୍ୱାର୍ଥକୁ ଅଣଦେଖା ବରଦାସ୍ତ କରାଯିବ ନାହିଁ’

କେନ୍ଦ୍ରାପଡ଼ା : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ‘କୃଷକ ଅଧିକାର ଯାତ୍ରା’ ଆଜି କେନ୍ଦ୍ରାପଡ଼ାଠାରେ ପହଁଚିଛି। ଜିଲ୍ଲାର ଦୁଇଟି ସ୍ଥାନରେ ସାଧାରଣ ସଭା କରାଯାଇଛି।  ସଂଗଠନର କର୍ମକର୍ତ୍ତା ଅଭିଭାଷଣରେ କୃଷକମାନଙ୍କୁ ଅଣଦେଖା କରୁଥିବା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କୃଷକ ପରିବାରର ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
 
ଗତ ୩ ତାରିଖଠାରୁ ଯାଜପୁରର ଅର୍ତିଆଠାରୁ ଏହି ଅଧିକାର ଯାତ୍ରା ଆରମ୍ଭ ହୋଇଛି।  ଏହି ଯାତ୍ରାରେ ସାମିଲ୍‌ ହୋଇଥିବା ସଂଗଠନର କର୍ମକର୍ତ୍ତା ଆଜି କେନ୍ଦ୍ରାପଡ଼ା ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟକୁମାର ଉଦ୍‌ବୋଧନ ଦେଇ କହିଥିଲେ ଯେ, ସରକାରୀ ଚାକିରିଆମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ର, ସାରାଦେଶକୁ ବର୍ଷତମାମ ଖାଦ୍ୟ ଯୋଗଉଥିବା କୃଷକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରାଯାଇନାହିଁ। ସେମାନଙ୍କ ‘ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌’ ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଉଥିବାବେଳେ  କୃଷକ ନେତାଙ୍କୁ ଗିରଫ କରାଯାଇ ଜେଲ୍‌ ହାଜତକୁ ପଠାଇ ଦିଆଯାଉଛି। ସହସଂଯୋଜକ ଶେଷଦେବ ନନ୍ଦ କୃଷକମାନଙ୍କୁ ଅଣଦେଖା କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ,  କୃଷକ ନେତା ରମଣୀରଂଜନ ରାଉତରାୟ ଅଭିଭାଷଣ ଦେଇଥିଲେ।
 
କୃଷକ ନେତା ରମାକାନ୍ତ ରାଉତ, ରବି ସାହୁ(କବି), ସୁରେନ୍ଦ୍ର ମହାରଣା, ପ୍ରସନ୍ନ କୁମାର କୁଅଁର, ଦୁର୍ଗାପ୍ରସାଦ ଦାସ, କୁଶଧୂନ ନାୟକ, ନିମାଇଁ ରାୟ, ଗଗନ ବିହାରୀ ସାମଲ, ପ୍ରମୋଦ କୁମାର ସ୍ୱାଇଁ, ପ୍ରଦୀପ କୁମାର ଦାସ, ମନୱର ଅଲ୍ଲୀ, ଅଭିଜିତ୍‌, ସଚିନ୍‌ ମହାପାତ୍ର, ଜିଲ୍ଲା ସଂଯୋଜକ ବିଚିତ୍ରାନନ୍ଦ ମଲ୍ଲ, ଅକ୍ରୁର ପଲାଇ, ରବୀନ୍ଦ୍ର ମହାପାତ୍ର, ଜୟନ୍ତ ଲେଙ୍କା, ଅମୂଲ୍ୟ ସ୍ୱାଇଁ, ଧନେଶ୍ୱର ସ୍ୱାଇଁ, ଦିବାକର ସାହୁ, ଦୋଳଗୋବିନ୍ଦ ସାହୁ, ଦାଶରଥି ସାହୁ, ଅଭୟ ପରିଡ଼ା ଓ ବସନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। 
 
ଅପରାହ୍ନରେ ରାଜକନିକାଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରାଜକନିକା ନବନିର୍ମାଣ କୃଷକ ସଂଗଠନର ସଭାପତି ଭରତ ଚନ୍ଦ୍ର ଦାସ, ରାଜନାରାୟଣ ଜେନା , ରାଜ୍ୟକମିଟି ସଦସ୍ୟ ଉମାକାନ୍ତ ଭାରତ, ଅଭିଜିତ୍‌ ଦାସ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରମାକାନ୍ତ ସାହୁଙ୍କ ସଭାକାର୍ଯ୍ୟର ସଂଯୋଜନା କରିଥିଲେ।  ଶେଷରେ କାଳିପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ    
 
ରାଜକନିକା ସଭା ଶେଷ ପରେ ସେମାନେ ଭଦ୍ରକ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତା ୩୦ ତାରିଖ ଦିନ ଏହା ଚାଲିବ ଏବଂ ସେହିଦିନ ଜଗତ୍‌ସିଂହପୁରଠାରେ ଉଦ୍‌ଯାପନ ହେବାର କାର୍ଯ୍ୟକ୍ରମ ରହିଛି।

image