18 November 2017
12:44:08 AM
Sambad News
କେନ୍ଦ୍ରାପଡ଼ା

ଅଣଛାତ୍ରଙ୍କୁ ଫାଟକରେ ଯାଞ୍ଚ କଲେ କେନ୍ଦ୍ରାପଡ଼ା କଲେଜ ଛାତ୍ର

By Sambad | Date: Jan 4 2017 8:08AM
ଅଣଛାତ୍ରଙ୍କୁ ଫାଟକରେ ଯାଞ୍ଚ କଲେ କେନ୍ଦ୍ରାପଡ଼ା କଲେଜ ଛାତ୍ର


କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ କିଛିମାସ ଭିତରେ ବହୁବାର ବିଶୃଙ୍ଖଳା ଦେଖାଦେବା ଓ ଅଣଛାତ୍ରଙ୍କ ଦ୍ଵାରା ଛାତ୍ରମାନଙ୍କୁ ଆକ୍ରମଣ କରାଯିବା ଘଟଣା ଘଟିଥିବାରୁ ପରିସରକୁ ଶୃଙ୍ଖଳିତ କରିବାପାଇଁ ଛାତ୍ର ସଂସଦ ଆଗକୁ ବାହାରିଛି। ଅଣଛାତ୍ରମାନଙ୍କୁ ପରିସର ଭିତରକୁ ବିନା କାମରେ ପୂରାଇ ନଦେବା ପାଇଁ ଛାତ୍ର ସଂସଦର କର୍ମକତ୍ତାମାନେ ଫାଟକରେ ଯାଞ୍ଚକରି ଛାତ୍ରଛାତ୍ରୀଙ୍କୁ ଭିତରକୁ ଛାଡ଼ିଛନ୍ତି। ଆଜି ସକାଳ ୯ଟାବେଳେ ଛାତ୍ର ସଂସଦର ସଭାପତି ପ୍ରସନ୍ନଜିତ କୁଣ୍ଡୁ ଓ ସଂପାଦକ ପ୍ରିତୀଶ କୁମାର ନାଥଙ୍କ ନେତୃତ୍ଵରେ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ବେଞ୍ଚ୍‌ ପକାଇ ବାହାରର ଯାନବାହାନ ରୋକିଥିଲେ।

କଲେଜ ଭିତରକୁ ଆସୁଥିବା ଅଣଛାତ୍ରମାନଙ୍କୁ କଲେଜକୁ ଆସିବାର କାରଣ ପଚାରିବା ସହ ୟୁନିଫର୍ମରେ ନଥିବା ଛାତ୍ରଛାତ୍ରୀଙ୍କ ପରିଚୟ ଯାଞ୍ଚ କରିବା ପରେ ଭିତରକୁ ଛାଡ଼ିଥିଲେ। ମୁଖ୍ୟ ଫାଟକର ଦୁଇକଡ଼ରେ ଥିବା ଖୁଣ୍ଟରେ ଫ୍ଲେକ୍ସ ବ୍ୟାନର ମାରି ବିନା କାରଣରେ କେହି ଭିତରକୁ ପ୍ରବେଶ ନକରିବା ପାଇଁ କହିଥିଲେ। ଭିତରକୁ ଆସିଥିବା କେତେଜଣ ଅଣଛାତ୍ର ବାହାରିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ବିନା କାରଣରେ ଭିତରକୁ ଆସିବାକୁ ଚାହୁଁଥିବା ଅଣଛାତ୍ରଙ୍କୁ ସେମାନେ ରୋକିଥିଲେ। ଏହାକୁ ନେଇ ଛୋଟ ଧରଣର ଦୁଇଟି ଅପ୍ରୀତିକର ଘଟଣା ମଧ୍ୟ ଘଟିଥିଲା।

ତେବେ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଦ୍ଵାରା ନିଆଯାଇଥିବା ଏଭଳି ପଦକ୍ଷେପକୁ କଲେଜର ବହୁସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ସ୍ୱାଗତ କରିଛନ୍ତି। ଏହାଦ୍ଵାରା ଅଣଛାତ୍ରମାନେ ବିନା କାରଣରେ ଭିତରକୁ ପଶିବା ସମ୍ଭବ ହେବନାହିଁ। ତେଣୁ, ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାୟୀ ଭାବେ ଫାଟକରେ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।

image