21 November 2017
9:17:49 PM
Sambad News
କନ୍ଧମାଳ

୧୩୬ ଓ୍ଵାର୍ଡ଼ ସଭ୍ୟ, ୩୨ ସରପଞ୍ଚ ଓ ୧୦ ସମିତି ସଭ୍ୟ ପଦ ପାଇଁ ପ୍ରାଥୀଁପତ୍ର ପଡ଼ିଲା

କନ୍ଧମାଳ ଜିଲ୍ଲାରେ ନାମାଙ୍କନ ପ୍ରଥମ ଦିନ: ଜିଲ୍ଲା ପରିଷଦ ପାଇଁ ୩ ଦଳରେ ଛିଡୁନି ଦ୍ୱନ୍ଦ୍ୱ

By Sambad | Date: Jan 12 2017 11:42AM
୧୩୬ ଓ୍ଵାର୍ଡ଼ ସଭ୍ୟ, ୩୨ ସରପଞ୍ଚ ଓ ୧୦ ସମିତି ସଭ୍ୟ ପଦ ପାଇଁ ପ୍ରାଥୀଁପତ୍ର ପଡ଼ିଲା

ଫୁଲବାଣୀ/ଘୁ.ଉଦୟଗିରି/ତୁମୁଡିବନ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାରେ ୧୩୪ ଓ୍ଵାର୍ଡମେମ୍ବର, ୩୨ଟି ସରପଞ୍ଚ ଓ ୧୦ଟି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି। କୋଟଗଡ ବ୍ଲକରେ ୭ ମେମ୍ବର, ୭ ସରପଞ୍ଚ, ୨ ସମିତିସଭ୍ୟ, ତୁମୁଡିବନ୍ଧ ବ୍ଲକରେ ୭ ଓ୍ଵାର୍ଡମେମ୍ବର, ୪ ସରପଞ୍ଚ, ବାଲିଗୁଡା ବ୍ଲକରେ ୭ ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ଜଣେ ଲେଖାଏଁ, କେ.ନୂଅଗାଁ ବ୍ଲକରେ ୨ ଓ୍ଵାର୍ଡ ମେମ୍ବର ଓ ଗୋଟିଏ ସରପଞ୍ଚ, ଦାରିଙ୍ଗବାଡି ବ୍ଲକରେ ୩୯ ଓ୍ଵାର୍ଡମେମ୍ବର, ୬ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ରାଇକିଆ ବ୍ଳକରେ ୧୧ ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ଜଣେ ଲେଖାଏଁ, ଜି.ଉଦୟଗିରି ବ୍ଳକରେ ୧୦ ଓ୍ଵାର୍ଡ ମେମ୍ବର,୪ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ଟିକାବାଲି ବ୍ଲକରେ ୭ ଓ୍ଵାର୍ଡ ମେମ୍ବର, ୫ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ଚକାପାଦ ବ୍ଲକରେ ୮ ଓ୍ଵାର୍ଡ ମେମ୍ବର, ଗୋଟିଏ ସରପଞ୍ଚ, ଖଜୁରିପଡା ବ୍ଳକରେ ୧୮ ଓ୍ଵାର୍ଡ ମେମ୍ବର, ଗୋଟିଏ ସମିତି ସଭ୍ୟ, ଫୁଲବାଣୀ ବ୍ଲକରେ ୧୬ ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ୨ ଜଣ ଲେଖାଏଁ ଏବଂ ଫିରିଙ୍ଗିଆ ବ୍ଳକରେ ୪ ଓ୍ଵାର୍ଡମେମ୍ବର ପଦବି ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିଲେ।
   

ହେଲେ ଆଜି ଜିଲ୍ଲା ପରିଷଦ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି। ଆସନ୍ତା ୧୭ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଅଦ୍ୟାବଧି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ ଲାଗି ରହିଛି। ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରାର୍ଥୀ ଚୟନ କରିବାରେ ସମସ୍ୟା ସୃଷ୍ଟି କରିଛି ବୋଲି ଜଣା ପଡିଛି। ସହମତି ଭିତ୍ତିରେ ଦଳୀୟ ପ୍ରାର୍ଥୀ ଚୟନ କରାଯାଉଛି। ୨-୩ ଦିନ ମଧ୍ୟରେ ୧୮ ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା କହିଛନ୍ତି। ସେହିଭଳି ବ୍ଳକସ୍ତରକ୍‌ୁ ପ୍ରାର୍ଥୀ ତାଲିକା ଜିଲ୍ଲା କମିଟିକୁ ଆସିଛି। କମିଟି ବସିବା ପରେ ବିଜୟ ସମ୍ଭାବନା ଦେଖି ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସମ୍ପାଦକ ଚନ୍ଦ୍ରଶେଖର ପରିଡା କହିଛନ୍ତି। ୨-୩ ଦିନ ମଧ୍ୟରେ ଜିଲ୍ଲା ସଭାପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସେ କହିଛନ୍ତି। କଂଗ୍ରେସ ଓ ବିଜେପିଠାରୁ ବିଜେଡିରେ ଦ୍ୱନ୍ଦ ବେଶୀ ମାତ୍ରାରେ ଲାଗି ରହିଛି। କନ୍ଧମାଳର ୨ ପ୍ରମୁଖ ନେତା ନିଜର ଲୋକଙ୍କୁ ପ୍ରାର୍ଥୀ କରିବାକୁ କସରତ ଚଳାଇଛନ୍ତି। ଏହାକୁ ନେଇ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଥିବା ଜଣା ପଡିଛି। ସବୁ ଆଶାୟୀଙ୍କ ତାଲିକା ଦଳର ସୁପ୍ରିମୋଙ୍କ ପାଖକୁ ପଠାଯାଇଛି। ୧୭ ତାରିଖ ପୂର୍ବରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ୧୭ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ୪ ଲକ୍ଷ ୫୬ ହଜାର ୩୨୭ ଜଣ ଗ୍ରାମାଞ୍ଚଳ ଭୋଟର ୨ ହଜାର ୩୨୨ ବୁଥରେ ମତଦାନ କରିବେ।

image