21 November 2017
9:26:10 PM
Sambad News
କନ୍ଧମାଳ

୨୯ କୋଟିର ଗଞ୍ଜେଇ ଗଛ ନଷ୍ଟ

By Sambad | Date: Jan 7 2017 6:29AM
୨୯ କୋଟିର ଗଞ୍ଜେଇ ଗଛ ନଷ୍ଟ
Photo by : stabroeknews.com

ବୌଦ୍ଧ/ଫୁଲବାଣୀ/ଫିରିଙ୍ଗିଆ : ବୌଦ୍ଧ ଜିଲ୍ଲା ଅବକାରୀ ନିରୀକ୍ଷକ ଶେଷଦେବ ଦାସଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ୨ ଦିନ ଧରି ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲଗରୀ, ତରଭା, ରେଙ୍ଗାଲି ଆଦି ଅଞ୍ଚଳର ୬୧ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ଉ କରାଯାଇ ପ୍ରାୟ ଲକ୍ଷେ ୮୩ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 
 
ସେହିପରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କେଳାପଡା ପଞ୍ଚାୟତ ଗୋହିବେରେଣା ଗାଁ ପାର୍ଶ୍ୱବର୍ତ୍ତୀ ଜଙ୍ଗଲରେ ଆଜି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିିଳିତ ଚଢ଼ଉ କରାଯାଇ ୧୧୦ ଏକର ଜମିରେ ହୋଇଥିବା ପ୍ରାୟ ଲକ୍ଷେ ୧୦ ହଜାର ଗଞ୍ଜେଇ ଗଛ ପୋଡ଼ିଦିଆଯାଇଛି। ନଷ୍ଟ ଗଞ୍ଜେଇର ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

image