21 November 2017
12:16:03 AM
Sambad News
କନ୍ଧମାଳ

ଟ୍ରକ-ପୁଲିସ ଭ୍ୟାନ୍‌ ଧକ୍କା, ୯ ଯବାନ୍‌ ଆହତ : ଟ୍ରକ୍‌ ଡ୍ରାଇଭରକୁ ମାଡ଼ ପରେ ଉତ୍ତେଜନା, ରାସ୍ତାରୋକ

By Sambad | Date: Dec 29 2016 12:57AM
ଟ୍ରକ-ପୁଲିସ ଭ୍ୟାନ୍‌ ଧକ୍କା, ୯ ଯବାନ୍‌ ଆହତ :  ଟ୍ରକ୍‌ ଡ୍ରାଇଭରକୁ ମାଡ଼ ପରେ ଉତ୍ତେଜନା, ରାସ୍ତାରୋକ

ଫୁଲବାଣୀ / ଖଜୁରୀପଡା : ଖଜୁରୀପଡା ଥାନା ଅନ୍ତର୍ଗତ ଫୁଲବାଣୀ-ଭୁବନେଶ୍ୱର ରାସ୍ତା ଗୁଦାରି ନିକଟରେ ଆଜି ସକାଳେ ଆଇଆରବି ଯବାନଙ୍କୁ ନେଇ ଯାଉଥିବା ପୁଲିସ ଭ୍ୟାନ ସହ ମିନିଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ୯ଜଣ ଆଇଆରବି ଯବାନ ଆହତ ହୋଇଥିଲେ। ପ୍ରତାପ ମୁଣ୍ଡା ନାମକ ଯବାନ ଗୁୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଆଇଆରବି ଯବାନ ମାନେ ଉତକ୍ଷିପ୍ତ ହୋଇ ଟ୍ରକ ଡ୍ରାଇଭର ଜିତୁ ସାହୁକୁ ନିର୍ଧୁମ ପିଟିବା ସହ ୨ଘଣ୍ଟା ଥାନାରେ ଅଟକ ରଖିଥିଲେ। ଖବରପାଇ ଟ୍ୟାକ୍ସି ସଂଘ ପକ୍ଷରୁ ୫ଘଣ୍ଟା ଧରି ଫୁଲବାଣୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରାଯାଇଥିଲା। ଆହତ ଯବାନ ମାନେ ହେଲେ ବିଶ୍ୱନାଥ ମହାନନ୍ଦ, ଫକିର ଧାରୁଆ, ଦେବେନ୍ଦ୍ରନାଥ ବେହେରା, ଆଶିଷ କୁମାର ସାହାଣା, ପାଣ୍ଡବ ନାୟକ, ରାମଚନ୍ଦ୍ର ଦାସ, ତାପସ କୁମାର ପ୍ରଧାନ। 

 
ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ଫୁଲବାଣୀରୁ ଏକ ପୁଲିସ ଭ୍ୟାନ( ଓଆର୦୫ଏକ୪୪୨୩) ଚତୁର୍ଥ ବାଟାଲିୟନ ଯବାନମାନଙ୍କୁ ନେଇ ଖଜୁରିପଡା ଆଡକୁ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ମିନିଟ୍ରକ ( ଓଡି-୦୨-୭୨୭୧ ) ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଯବାନମାନେ ମିନିଟ୍ରକ ଡ୍ରାଇଭରକୁ ପ୍ରବଳ ମାଡ କରିବା ସହ ଭ୍ୟାନରେ ଆହତମାନଙ୍କୁ ଧରି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପୁଲିସ ଭ୍ୟାନ ଦ୍ରୁତଗତିରେ ଯାଉଥିଲା। ଦୁର୍ଘଟଣା ପାଇଁ ପୁଲିସ ଭ୍ୟାନର ଡ୍ରାଇଭରର ଭୁଲ। ହେଲେ ବିନା ଦୋଷରେ ମିନି ଟ୍ରକ ଡ୍ରାଇଭରକୁ ମାଡ ମାରିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ବହୁ ଟ୍ରକ ମାଲିକଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଭାତଚନ୍ଦ୍ର ପାଣିଗ୍ରାହୀ, ଟାଉନ ଥାନାଧିକାରୀ ଭାବନନ୍ଦ ପ୍ରଧାନ ଏବଂ ଖଜୁରିପଡା ଥାନାଧିକାରୀ ଅକ୍ଷୟ କୁମାର ଘଡାଇ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

image