20 October 2017
8:52:12 AM
Sambad News
କଳାହାଣ୍ଡି

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାଦାବି

ଜିଲ୍ଲା ଓକିଲ ସଂଘର କୋର୍ଟ ବର୍ଜନ

By Sambad | Date: Dec 27 2016 4:35AM
କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାଦାବି

ଭବାନୀପାଟଣା: କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ କଳାହାଣ୍ଡି ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଭବାନୀପାଟଣାର ସମସ୍ତ ବିଚାର ବିଭାଗୀୟ ଅଦାଲତର କାର୍ଯ୍ୟ ବର୍ଜନ କରାଯାଇଥିଲା। ଫଳରେ ସମସ୍ତ କୋର୍ଟର କାର୍ଯ୍ୟ ମାସର ଶେଷ ସୋମବାର ବନ୍ଦ ରହିଥିଲା। ଓକିଲମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ କରିବା ଓ ପିକେଟିଂ କରିଥିଲେ। ଫଳରେ ଜିଲ୍ଲା ଦୌରାଜଜ୍‌ଙ୍କ ସମେତ ଅନ୍ୟାନ୍ୟ ବିରପତିମାନେ କୋର୍ଟ ଭିତରକୁ ଯାଇ ନପାରି ବହୁ ସମୟ ଧରି କୋର୍ଟ ବାହାରେ ଅପେକ୍ଷା କରି ଫେରି ଯାଇଥିଲେ।

ଜିଲ୍ଲା ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା ପ୍ରକାଶ କରିଥିଲେ ଯେ ଜଷ୍ଟିସ୍‌ ଯଶୋବନ୍ତ ସିଂହ କମିସନ ରିପୋର୍ଟ ସମସ୍ତ ମାନବିନ୍ଦୁ, ଯଥା- ହାଇକୋର୍ଟ ଠାରୁ ୧୨ଘଣ୍ଟାରୁ ଅଧିକ ଯାତ୍ରା ଦୂରତା, ଏକ ଅଞ୍ଚଳର ମାନ୍ୟତା, ଆଦିବାସୀ ଓ ଦଳିତ ବହୁଳ ଅଞ୍ଚଳ, ପାର୍ବତ୍ୟ ଅଞ୍ଚଳ, ଆର୍ଥିକ ଏବଂ ଶିକ୍ଷାଗତ ଅନଗ୍ରସର ଅଞ୍ଚଳ, ରାଜଧାନୀ ସମେତ ସମସ୍ତ ଜିଲ୍ଲାକୁ ଗମନାଗମନର ସୁବିଧା, ଶିକ୍ଷାଗତ ଓ ସଂସ୍କୃତି ଗତ ଉତ୍ତମ ଏବଂ ଶାନ୍ତି ପୂର୍ଣ୍ଣ ପରିବେଶ, ଅଞ୍ଚଳର କେନ୍ଦ୍ର ସ୍ଥଳୀ ଏକ ସୁଦୃଢ଼ ଐତିହାସିକ ପୃଷ୍ଠଭୂମି ଇତ୍ୟାଦି କଳାହାଣ୍ଡି ଜିଲ୍ଲା ପୂର୍ଣ୍ଣ କରୁଛି। ଏହି ସବୁ ଦୃଷ୍ଟି କୋଣରୁ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ କଳାହାଣ୍ଡି ଜିଲ୍ଲା ହିଁ ଏକମାତ୍ର ଯୋଗ୍ୟ ବିବେଚିତ ଅଟେ। 

କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ହେଲେ କେବିକେ ଅଞ୍ଚଳ ଥିବା କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା, ସୋନପୁର, କୋରାପୁଟ, ମାଲକାନଗିରି, ସମେତ ବରଗଡ଼, ବୌଦ୍ଧ ଏବଂ ଫୁଲବାଣୀ ଏଭଳି ୧୧ଟି ଜିଲ୍ଲା ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ  ସୁଧାଂଶୁ ନନ୍ଦଙ୍କ ନେତୃତ୍ୱରେ ଆଇନଜୀବୀମାନେ ଯୋଗ ଦେଇଥିଲେ।

ି
 

image