19 October 2017
5:14:44 AM
Sambad News
କଳାହାଣ୍ଡି

ମେଡିକାଲ ପ୍ରବେଶିକା ପରୀକ୍ଷାରୁ ଓଡ଼ିଆ ଭାଷା ବାଦ୍‌ ପ୍ରସଙ୍ଗ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଛାତ୍ର ବିଜେଡିର ବିକ୍ଷୋଭ

By Sambad | Date: Dec 24 2016 9:48AM
ମେଡିକାଲ ପ୍ରବେଶିକା ପରୀକ୍ଷାରୁ ଓଡ଼ିଆ ଭାଷା ବାଦ୍‌ ପ୍ରସଙ୍ଗ


ଭବାନୀପାଟଣା: ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁଥିବା ନିଟ୍‌ ପରୀକ୍ଷାରେ ଓଡ଼ିଆ ଭାଷାକୁ ସାମିଲ କରାନଯିବା ଘଟଣାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବନେତା ମଣ୍ଟୁ ନାଏକ, ସରକାରୀ ସ୍ୱୟଂଶାସିତ କଲେଜ ସଭାପତି ଆଶିଷ ମହାପାତ୍ର, ଶୁଭମ ନାଏକ, ଅମରଦୀପ ସିଂ, ଅଜିତ ସାହୁ, ନୂତନ ଗୋଖରିଆ, ହରିଶ ଦାସ, ସଂଜୟ ନିଆଲ ପ୍ରମୁଖ ସାମିଲ ଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

image