17 October 2017
10:07:57 PM
Sambad News
ଝାରସୁଗୁଡ଼ା

ବେଦାନ୍ତରେ ମେଗା ରକ୍ତଦାନ ଶିବିର, ୧୫୫ ୟୁନିଟ୍‌ ରକ୍ତ ସଂଗ୍ରହ

By Sambad | Date: Dec 31 2016 12:41AM
ବେଦାନ୍ତରେ ମେଗା ରକ୍ତଦାନ ଶିବିର, ୧୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେଦାନ୍ତ ଲିମିଟେଡରେ ଶୁକ୍ରବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ୍‌ ୧୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଶିବିରକୁ ବେଦାନ୍ତ ଲିମିଟେଡ ଝାରସୁଗୁଡ଼ାର ଆଲୁମିନିୟମ ଅପରେସନ ମୁଖ୍ୟ ଦୟାନିଧି ବେହେରା ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ। 
 
ଶ୍ରୀ ବେହେରା କହିଥିଲେ, ‘ବେଦାନ୍ତ ସିଏସ୍‌ଆର୍‌ ଅଧୀନରେ ଅନ୍ୟ କାର୍ଯ୍ୟକ୍ରମ ଭଳି ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ସଚେତନା କରାଯାଉଛି। ଏହା ଏକ ମହତ କାର୍ଯ୍ୟ’। ଶିବିରରେ ବେଦାନ୍ତ ଜନସମ୍ପର୍କ ବିଭାଗ ମୁଖ୍ୟ ସଞ୍ଜୀବ ପଟ୍ଟନାୟକ, ଅଧିକାରୀ ପ୍ରଣୟ ଶତପଥୀ ଓ ବେଦାନ୍ତର ମୁଖ୍ୟ ଚିକିତ୍ସାଧିକାରୀ ଡା. ସବିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଡା. ସ୍ୱାଇଁ କହିଥିଲେ, ‘ଅନେକ ସମୟରେ ମହିଳାମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ଏଥିପାଇଁ ଉପଯୁକ୍ତ କାଉନସେଲିଂର ଆବଶ୍ୟକ ରହିଛି। ବେଦାନ୍ତରେ ପ୍ରତ୍ୟେକ ଶିବିରରେ ମହିଳା ରକ୍ତଦାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି’। 
 
ଶିବିର ଆୟୋଜନରେ ବେଦାନ୍ତ ସିଏସ୍‌ଆର୍‌ ତରଫରୁ ନିଶାନ୍ତ କୁମାର, ଅମିତ କୁମାର, ତନ୍ମୟ ମହାନ୍ତି, ପୁନମ ଶତପଥୀ, ସୁଚରିତା ଦାଶ, ଶ୍ୱେତା ନାୟର, ଉପସନା ମିଶ୍ର ଓ ହୋନିତା ନାଏକ ପ୍ରମୁଖ ସହଯୋଗ କରିଥିଲେ। ରକ୍ତ ସଂଗ୍ରହରେ ଝାରସୁଗୁଡ଼ା ରେଡକ୍ରସ ରକ୍ତଭଣ୍ଡାର ତରଫରୁ ଭାବଗ୍ରାହୀ ବେହେରା, ଜ୍ଞାନରଞ୍ଜନ ତ୍ରିପାଠୀ, ଦୋଳଗୋବିନ୍ଦ ଛଛାଣ, କିରଣ ସାହୁ, ପ୍ରକାଶ ପଣ୍ଡା, ଦିଲୀପ ବନ୍‌ଛୋର ଓ ଗୁରୁପଦ ବାଗ୍‌ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବାଦର ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧି ସୌମ୍ୟରଞ୍ଜନ ବିଶ୍ୱାଳ ସହଯୋଗ କରିଥିଲେ।

image