18 October 2017
11:43:36 PM
Sambad News
ଝାରସୁଗୁଡ଼ା

ନାଳରେ ଖସି ପଡ଼ି ମୃତ୍ୟୁ

By Sambad | Date: Dec 24 2016 9:50AM
ନାଳରେ ଖସି ପଡ଼ି ମୃତ୍ୟୁ

ବ୍ରଜରାଜନଗର: ଏମସିଏଲ ପରିଚାଳିତ ହୀରାଖଣ୍ଡ ବୁନ୍ଦିଆ ଭୂତଳ କୋଇଲା ଖଣିରେ କାର୍ଯ୍ୟରତ ସୁରେଶ ରୋହିଦାସ (୫୯)ଙ୍କ ନାଳ ପାଣିରେ ପଡ଼ିଯାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ଶବ ଶୁକ୍ରବାର କାର୍ତ୍ତିକ ପଡ଼ା ନାଳରୁ ପୁଲିସ୍‌ ଦ୍ୱାରା ଜବତ କରାଯାଇଛି। ସେ ବୁନ୍ଦିଆ କଲୋନିରେ ରହୁଥିଲେ। ଗୁରୁବାର ଅପରାହ୍‌ଣ ୨ଟା ସମୟରେ କୁଆଡ଼େ ଚାଲି ଯାଇଥିଲେ। ଗତ ୧୦ ବର୍ଷ ହେଲା କୌଣସି ରୋଗରେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ନାଳକୁ ଯାଇଥିବା ବେଳେ ସେ ପଡ଼ିଯାଇ ମୃତ୍ୟୁ ହୋଇଥିବା ପୁଲିସ୍‌ ତଦନ୍ତରୁ ଜାଣିପାରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

image