23 October 2017
7:01:13 PM
Sambad News
ଯାଜପୁର

ଅର୍ତିଆରେ ପାଳିତ ହେଲା ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସ

By Sambad | Date: Jan 3 2017 6:15PM
ଅର୍ତିଆରେ ପାଳିତ ହେଲା ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସ

ଯାଜପୁର: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‍ ଓଡ଼ିଶା ପଞ୍ଚାୟତର ଅର୍ତିଆ କୁସୁନୁପୁର ଗ୍ରାମ ଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସ  ପାଳିତ ହୋଇଛି। ଏଠାରୁ ସମଗ୍ର ରାଜ୍ୟକୁ କୃଷକ ଅଧିକାର ଯାତ୍ରାର ଶୁଭାରମ୍ଭ ହେବ। ନବନିର୍ମାଣ କୃଷକ ସଂଗଠନର ଅନଶନ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ବିଭିନ୍ନ ଆଡ଼ୁ ସମର୍ଥନ ମିଳୁଛି। ଏଥିପାଇଁ ଆଜି ଅର୍ତିଆଠାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। 
 
ଯାଜପୁର ଜିଲ୍ଲା ସଂଯୋଜକ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚାଷୀ ସମାବେଶରେ ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ବିଜେପି ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସ ବିଧାୟକ  ତାରା ପ୍ରସାଦ ବାହିନୀପତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ,  ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟ, ସାମ୍ବାଦିକ ସୁଭାସ ପଟ୍ଟନାୟକ , ପ୍ରଦ୍ୟୁମ୍ନ ଶତପଥୀ ପଞ୍ଚାନନା କାନୁନଗୋ, ଜର୍ଜ ତିର୍କୀ ପ୍ରମୁଖ ବହୁ ଜନ ଆନ୍ଦୋଳନକାରୀ ନେତା, ସଂଗଠକ, ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି।  ଏହି ସମାବେଶରେ ମଧ୍ୟ  ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ୨୩ ଦିନିଆ  ଅନଶନ ଭଙ୍ଗ କରିଛନ୍ତି। 

image