21 November 2017
9:13:37 PM
Sambad News
ଜଗତସିଂହପୁର

ସିୱେଜ୍‌ ସିପିଂ ମ୍ୟାନେଜର ହତ୍ୟା ଘଟଣା : ମହିମା ମିଶ୍ରଙ୍କ ଦୁଇ ପୁଅଙ୍କୁ ଜେରା

By Sambad | Date: Jan 12 2017 1:30AM
ସିୱେଜ୍‌ ସିପିଂ ମ୍ୟାନେଜର ହତ୍ୟା ଘଟଣା : ମହିମା ମିଶ୍ରଙ୍କ ଦୁଇ ପୁଅଙ୍କୁ ଜେରା

ପାରାଦୀପ : ପାରାଦୀପର ବହୁଚର୍ଚ୍ଚିତ ସିୱେଜ୍‌ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଗିରଫ ହେବା ପରେ ପୁଲିସ ଏବେ ଅଧିକ ଖୋଳତାଡ ଆରମ୍ଭ କରିଛି। ଏହି ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ଜେରା କରାଯାଉଛି । ଗତକାଲି ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ (ଓଏସ୍‌ଏଲ୍‌) ଫାଇନାନ୍ସ ବିଭାଗ ଡିଜିଏମ୍‌ ରବୀନ୍ଦ୍ର ଦଳେଇଙ୍କୁ ପଚରାଉଚରା କରାଯାଇଥିଲା। ଆଜି ମହିମାନନ୍ଦଙ୍କ ଦୁଇପୁଅ  ଚନ୍ଦନ ମିଶ୍ର ଓ ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରିଛି।

 
ମିଳିଥିବା ସୂଚନା ଅନୁସାରେ, ପୁଲିସ୍‌ ଓଏସ୍‌ଏଲ୍‌ ଓ ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରିଛି। ମହିମାନନ୍ଦ ଫେରାର ଥିବାବେଳେ ତାଙ୍କ ଆକାଉଣ୍ଟ୍‌ରେ କିଭଳି ଆର୍ଥିକ କାରବାର ହୋଇଛି ସେ ସଂପର୍କରେ ଯାଞ୍ଚ୍‌ କରିଛି। ଆଜି ଦିନ ୧୧ଟା ସମୟରେ ଉଭୟ ଚନ୍ଦନ ଓ ଚର୍ଚ୍ଚିତ ପାରାଦୀପ ଥାନାରେ ପହଁଚିଥିଲେ। ପଚରାଉଚରା ପରେ ଅପରାହ୍ନ ୪ଟା ସମୟରେ ଦୁହିଁଙ୍କୁ ଛଡ଼ାଯାଇଥିଲା। ଆବଶ୍ୟକ ପଡିଲେ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ପୁଣିଥରେ ଥାନାକୁ ଡକାଯିବ ବୋଲି ପାରାଦୀପ ପୁଲିସ୍‌ କହିଛି।

image