18 October 2017
11:42:53 PM
Sambad News
ରାଜ୍ୟ

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତ

By Sambad | Date: Jan 6 2017 6:14AM
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତ

ପାରାଦୀପ : କେନ୍ଦ୍ର ଜାହାଜ, ସାର ଓ  ରସାୟନ  ରାଷ୍ଟ୍ରମନ୍ତ୍ରୀ ମନସୁଖ ମନ୍ଦଭିୟାଙ୍କ ପାରାଦୀପ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।  ଏହି ଗସ୍ତକୁ  ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି। ପୂର୍ବରୁ ଏ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ କିମ୍ବା କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୁରାକ୍‌ ବି ମିଳିନାହିଁ। ସିପିଂ ସିେଓ୍ଵଜ୍‌ ମ୍ୟାନେଜର୍‌ ହତ୍ୟାକାଣ୍ଡ ଘଟଣାରେ ଗିରଫ ମହିମାନନ୍ଦ ମିଶ୍ରଙ୍କୁ ପଚରାଉଚରା କରାଯାଉଥିବାବେଳେ ତାଙ୍କର ଏହି ଗସ୍ତକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳୁଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆଚରଣବିଧି ଲାଗିଥିବା ବେଳେ ହଠାତ୍‌ କେଉଁ ଜରୁରୀ କାର୍ଯ୍ୟରେ କେନ୍ଦ୍ର ମନ୍ତ୍ରୀ ପାରାଦୀପ ଗସ୍ତ କରିଥିଲେ ସେ ନେଇ ପ୍ରଶ୍ନ ଉଠିଛି।  
 
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମ୍ପର୍କୀୟ ପ୍ରସାଦ ଗଡ଼କରୀ ସିପିଂ ସିେଓ୍ଵଜ୍‌ ବୋର୍ଡ ଅଫ୍‌ ଡାଇରେକ୍ଟର ପଦବିରେ ରହିଛନ୍ତି। ଶୁଣିବାକୁ ମିଳୁଛି, ସିପିଂ ସିେଓ୍ଵଜ୍‌ ମ୍ୟାନେଜର୍‌ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମହିମାନନ୍ଦଙ୍କୁ ଗିରଫ ପାଇଁ କେନ୍ଦ୍ରମନ୍ତ୍ରୀ  ଚାପ ପକାଇଥିଲେ। ଏହି ଚାପ ବି କାମ ଦେଇଥିଲା। ଅପରପକ୍ଷେ,  ଗିରଫ ପରେ ମହିମାନନ୍ଦଙ୍କୁ  ପଚରାଉଚରା ଚାଲିଥିବାବେଳେ  ରାଷ୍ଟ୍ର ମନ୍ତ୍ରୀ ମନ୍ଦଭିୟାଙ୍କ ପାରାଦୀପ ଗସ୍ତ ଆସିଥିବାରୁ କେହିକେହି ଅଧିକ ଚାପ ପ୍ରୟୋଗ ପାଇଁ ସେ ଆସିଥିବା କହୁଛନ୍ତି। 

image