23 October 2017
7:00:01 PM
Sambad News
ରାଜ୍ୟ

ଜଳାରାମ ଗୁଳିକାଣ୍ଡ ଘଟଣାର ଖୋଳତାଡ଼ : ମହିମାଙ୍କୁ ଅନୁଗୁଳ ପୁଲିସର ଜେରା

By Sambad | Date: Jan 4 2017 10:59PM
ଜଳାରାମ ଗୁଳିକାଣ୍ଡ ଘଟଣାର ଖୋଳତାଡ଼ : ମହିମାଙ୍କୁ ଅନୁଗୁଳ ପୁଲିସର ଜେରା

ପାରାଦୀପ : ପାରାଦୀପର ବହୁଚର୍ଚ୍ଚିତ ସିୱେଜ୍‌ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ରିମାଣ୍ଡରେ ଆସିଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଆଜି ଆଉ ଏକ ପୁରଣା ମାମଲାରେ ଜେରା କରାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେର, କୋଲିଆରି ଥାନା ପୁଲିସର ଦୁଇ ଜଣ ଅଧିକାରୀ ମହିମାଙ୍କୁ ଜେରା କରିଛନ୍ତି। ୨୦୧୧ରେ ଜଳାରାମ ଟ୍ରାନ୍‌ସପୋର୍ଟ ଗୁଳିକାଣ୍ଡ ଘଟଣାରେ ପୁଲିସ ଏହି ଖୋଳତାଡ ଆରମ୍ଭ କରିଥିବା ଜଣାପଡ଼ିଛି।

 
ଗତକାଲି ୧୯୯୫ ମସିହାର ଜେଏମ୍‌ ବକ୍ସି ମ୍ୟାନେଜର ଅପହରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ମହିମାଙ୍କୁ ଜେରା କରିଥିଲା। ଆଜି ଆଉ ଏକ ମାମଲାରେ ପୁଲିସ ଜେରା କରିବା ପରେ ପୁରୁଣା ମାମଲାକୁ ପୁଣିଥରେ ଖୋଳତାଡ଼ କରାଯିବା ସ୍ପଷ୍ଟ ହୋଇଛି। 
 
ସୂଚନା ଅନୁସାରେ ମହିମାଙ୍କୁ ଆଜି ଦୀର୍ଘ ସମୟ ଧରି ଜେରା କରାଯାଇଥିଲା। ଏଥିସହିତ ଆଜି ତାଙ୍କର ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆସନ୍ତାକାଲିି ପୁନର୍ବାର ତାଙ୍କୁ ସମାଗୋଳ ଜେଲ୍‌କୁ ନିଆଯିବ। ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାରେ ରିମାଣ୍ଡରେ ଥିବା ଓଏସ୍‌ଏଲ୍‌ କର୍ମଚାରୀ ସୁଶାନ୍ତ ସେଠୀଙ୍କ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। 

image