18 October 2017
11:47:07 PM
Sambad News
ଦେଶ- ବିଦେଶ

ମୁମ୍ବାଇ-ଗୋଆ ମଧ୍ୟରେ ୨୨ରୁ ଦୌଡ଼ିବ ତେଜସ୍‌

ଟ୍ରେନରେ ରହିବ ଓ୍ଵାଇଫାଇ, ଏଲ୍‌ସିଡି ସୁବିଧା

By Sambad | Date: May 19 2017 8:26PM
ମୁମ୍ବାଇ-ଗୋଆ ମଧ୍ୟରେ ୨୨ରୁ ଦୌଡ଼ିବ ତେଜସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ସୁବିଧାଯୁକ୍ତ ତେଜସ୍‌ ଟ୍ରେନ୍‌ ମୁମ୍ବାଇ ଓ ଗୋଆ ମଧ୍ୟରେ ମେ ୨୨ରୁ ଚଳାଚଳ ଆରମ୍ଭ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଶୁକ୍ରବାର ସଫଦରଜଙ୍ଗ୍‌ ରେଲେଓ୍ଵ ଷ୍ଟେସନରେ ତେଜସ୍‌ ଟ୍ରେନକୁ ପରିଦର୍ଶନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ତେଜସ୍‌ର ପ୍ରତ୍ୟେକ ସିଟ୍‌ରେ ଏଲସଡି ସ୍କ୍ରିନ୍‌ ଓ ଓ୍ଵାଇଫାଇ ସୁବିଧା ରହିବ। ଟ୍ରେନର ୨୦ଟି କୋଚରେ ଏହି ସୁବିଧା ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି। 
 
ଏହି ଟ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ, ଅଟୋମେଟିକ୍‌ ଡୋର୍‌ କ୍ଲୋଜିଂ ବ୍ୟବସ୍ଥା ରହିବ। ବର୍ତମାନ ପରିପ୍ରେକ୍ଷୀରେ ଅଟୋମେଟିକ୍‌ ଡୋର୍‌ କ୍ଲୋଜିଂ ସୁବିଧା କେବଳ ମେଟ୍ରୋ ଟ୍ରେନ୍‌ରେ ଅଛି। ମୁମ୍ବାଇ-ଗୋଆ ପରେ ତେଜସ୍‌କୁ ଦିଲ୍ଲୀ-ଚଣ୍ଡୀଗଡ଼ ମଧ୍ୟରେ ଚଳାଚଳ କରାଯିବ। ଟ୍ରେନର ପ୍ରଥମ ର‍୍ୟାକ୍‌କୁ ରେଳ କୋଚ୍‌ ଫ୍ୟାକ୍ଟ୍ରିରେ ତିଆରି କରାଯାଇଛି। 

image