21 November 2017
12:38:00 AM
Sambad News
ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦୁର୍ନୀତିର ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ସାହାରା-ବିର୍ଲା ଦସ୍ତାବିଜ୍‌ ବିଶ୍ୱସନୀୟ ନୁହେଁ, ଏହା ଉପରେ ତଦନ୍ତ ଅନାବଶ୍ୟକ: ସର୍ବୋଚ୍ଚ ନ୍ୟାୟାଳୟ

By Sambad | Date: Jan 11 2017 5:39PM
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦୁର୍ନୀତିର ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ
Livemint

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ଓ ବିର୍ଲା ଗ୍ରୁପ୍‌ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଞ୍ଚ ନେଇଛନ୍ତି ବୋଲି କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଅଭିଯୋଗ କରିବା ପରେ ଏହି ଅଭିଯୋଗର ତଦନ୍ତ ଲାଗି ଏକ ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାୟର ହୋଇଥିଲା। ଏହାର ବିଚାର କରି  ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି କି ସାହାରା-ବିର୍ଲା ଡାଏରିରୁ ମିଳିଥିବା ତଥ୍ୟ ବିଶ୍ୱସନୀୟ ନୁହେଁ, ତେଣୁ ଏହା ଉପରେ ତଦନ୍ତ ଅନାବଶ୍ୟକ।  
 
ସୂଚନାଯୋଗ୍ୟ, ଆୟକର ଭିବାଗ ସାହାରା-ବିର୍ଲା କମ୍ପାନି ଉପରେ ଚଢ଼ଉ କରିବା ବେଳେ ଏଭଳି କିଛି ଦସ୍ତାବିଜ ମିଳିଥିଲା, ଯେଉଁଥିରେ  ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଟଙ୍କା ଦେବା କଥା ଉଲ୍ଲେଖ ଥିଲା । ଏହି ଦସ୍ତାବିଜ୍‌ ଆୟକର ବିଭାଗ ପ୍ରମାଣଯୋଗ୍ୟ ନୁହେଁ ବୋଲି ଘୋଷଣା କରି ତଦନ୍ତରେ ହେଳା କରିଥିବା ବେଳେ ଏହାର ତଦନ୍ତ ଦାବି କରିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। 
 
ରାହୁଳଙ୍କ ଦାବି କ୍ରମେ ଓକିଲ ପ୍ରଶାନ୍ତ ଭୁଷଣ ସର୍ବୋଚ୍ଚ ନ୍ୟାୟାଳୟରେ ମୋଦିଙ୍କ ବିରୋଧରେ କାଗଜପତ୍ର ଦାଖଲ କରିଥିଲେ ଏବଂ ତଦନ୍ତ ଲାଗି ପିଟିସନ୍‌ ଦାୟର କରିଥିଲେ। ମାତ୍ର ଏହିସବୁ କାଗଜପତ୍ର ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ମୋଦିଙ୍କୁ ଦୋଷୀ ସାବ୍ୟସ୍ତ କରୁନାହିଁ ବୋଲି ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟ।

image