20 October 2017
10:33:00 AM
Sambad News
ଦେଶ- ବିଦେଶ

ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କରାଇ ଭ୍ରୂଣ ସଂରକ୍ଷଣ କରିବାକୁ ଆଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ

By Sambad | Date: Sep 22 2017 7:49AM
ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କରାଇ ଭ୍ରୂଣ ସଂରକ୍ଷଣ କରିବାକୁ ଆଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ
Photo Courtesy of TOI

ନୂଆଦିଲ୍ଲୀ: ଗୁରୁବାର ଦିନ ଉଚ୍ଚତମ ନ୍ୟାୟାଳୟ ଦୁଷ୍କର୍ମରେ ସରବ୍ୟ ହୋଇ ଅନ୍ତଃସତ୍ତ୍ୱା ହୋଇଥିବା ଦୁଇ ନାବାଳିକାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେବା ସହ ଯୌନଉତ୍ପୀଡ଼ନ ମାମଲା ବିଚାର ବେଳେ ଅସଲ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ ଉକ୍ତ ଭ୍ରୂଣକୁ ସଂରିକ୍ଷିତ କରିବାକୁ ଆଦେଶ ଦେଇଛନ୍ତି।
 
ଜଣେ ପୀଡ଼ିତା ହେଉଛନ୍ତି ଦିଲ୍ଲୀର ୧୩ ବର୍ଷୀୟ ବାଳିକା ଏବଂ ଅନ୍ୟ ଜଣେ ବେଙ୍ଗାଲୁରୁର ୧୭ ବର୍ଷୀୟ କିଶୋରୀ। ମେଡିକାଲ୍‌ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍ନାନ୍‌ସି ଆକ୍ଟ୍‌ ୧୯୭୧ ଅନୁସାରେ, ଗର୍ଭନଷ୍ଟ କରିବାର ସମୟସୀମା ୨୦ ସପ୍ତାହ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଅମିତାଭ ରାୟ ଏବଂ ଏ ଏମ୍‌ ଖାନଓ୍ଵିଲ୍‌କର୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁହିଁଙ୍କର ଗର୍ଭପାତ ପାଇଁ ଆଦେଶ ଦେଇଛନ୍ତି। 
 
ଶୁକ୍ରବାର ଦିନ ଦିଲ୍ଲୀ ବାଳିକାଙ୍କର ଏମ୍‌ସ୍‌ରେ ଏମ୍‌ଟିପି କରାଯିବ ଏବଂ ବେଙ୍ଗାଲୁରୁ କିଶୋରୀ ବାଙ୍ଗାଲୋର୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଜର ଗର୍ଭପାତ କରାଇବେ। ନାବାଳିକା ଦୁହିଁଙ୍କର ଗର୍ଭପାତ ପ୍ରକ୍ରିୟା, ଔଷଧ ଏବଂ ଖାଦ୍ୟ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ବହନ କରିବାକୁ ଏମ୍‌ସ୍‌ ଏବଂ କର୍ଣ୍ଣାଟକ ସରକାରଙ୍କୁ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଛନ୍ତି। 
 
ଦୁଇ ମାମଲା ଓକିଲ ନିଖିଳ ନାୟାର୍‌ ଏବଂ ଦିବ୍ୟେଶ ପ୍ରତାପ ସିଂହ ନ୍ୟାୟଳୟଙ୍କୁ ଅନୁରୋଧ କରିଛନ୍ତି ଯେ, ଉଭୟ ମାମଲା ଯୌନ ନିର୍ଯାତନାଜନିତ ହୋଇଥିବାରୁ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ ଭ୍ରୂଣଗୁଡ଼ିକର ଡିଏନ୍‌ଏ ପରୀକ୍ଷା ପାଇଁ ସେଗୁଡ଼ିକୁ ସଂରକ୍ଷିତ କରି ରଖାଯିବା ଉଚିତ। 
 
ଏମ୍‌ସ୍‌ ଏବଂ ବିଏମ୍‌ସିଆର୍‌ଆଇ ମେଡିକାଲ୍‌ ବୋର୍ଡ ଏହାକୁ ଅନୁମୋଦନ କରିବା ପରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

image