19 November 2017
4:48:15 AM
Sambad News
ଦେଶ- ବିଦେଶ

କାବୁଲ: ଟି-୨୦ ମ୍ୟାଚ୍‌ ବେଳେ ଷ୍ଟାଡିୟମ ବାହାରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୩ ମୃତ

By Sambad | Date: Sep 13 2017 6:38PM
କାବୁଲ: ଟି-୨୦ ମ୍ୟାଚ୍‌ ବେଳେ ଷ୍ଟାଡିୟମ ବାହାରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୩ ମୃତ

କାବୁଲ: ଆଫଗାନିସ୍ତାନର କାବୁଲରେ ବୁଧବାର ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶେଷ ସୂତ୍ର ଅନୁସାରେ ଏକ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍‌ ଚାଲିଥବା ବେଳେ ଷ୍ଟାଡିୟମ ବାହାରେ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ୨ଟି ଟିମ୍‌ ମଧ୍ୟରେ ମ୍ୟାଚ ଚାଲିଥିଲା। ପରେ ଖେଳାଳିଙ୍କୁ ପଡ଼ିଆ ଭିତରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସମସ୍ତ ଖେଳାଳି ସୁରକ୍ଷିତ ଥିବା ଜଣାପଡ଼ିଛି। 
 

image