20 October 2017
10:29:03 AM
Sambad News
ରାଜନୀତି

ନୀତୀଶ ହେବେ ଏନ୍‌ଡିଏ ଆବାହକ!

By Sambad | Date: Aug 13 2017 5:32AM
ନୀତୀଶ ହେବେ ଏନ୍‌ଡିଏ ଆବାହକ!

ନୂଆଦିଲ୍ଲୀ : ଏନ୍‌୍‌ଡିଏରେ ଖୁବ୍‌ଶୀଘ୍ର ଜେଡିୟୁ ସାମିଲ ହେବ ଏବଂ ନୀତୀଶ କୁମାରଙ୍କୁ ଏନ୍‌ଡିଏର ଆବାହକ ପଦ ଦେବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ଆଗାମୀ ୧୯ ତାରିଖ ଦିନ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନ୍‌୍‌ଡିଏରେ ଯୋଗଦେବା ସଂକ୍ରାନ୍ତ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାପଡ଼ିଛି। ଜେଡିୟୁ ସରକାରରେ ସାମିଲ ହେଲେ ଏହି ଦଳକୁ ଦୁଇଟି ମନ୍ତ୍ରୀ ପଦ ମିଳିବ ଏବଂ ଏନ୍‌୍‌ଡିଏର ଆବାହକ ଦାୟିତ୍ୱ ମଧ୍ୟ ନୀତୀଶଙ୍କୁ ଦେବାକୁ ଯୋଜନା ଚାଲିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଏନଡିଏରେ ଯୋଗ ଦେବାଲାଗି ନିମନ୍ତ୍ରଣ କରିଥିଲେ। ଆଜି ଶାହ ପୁଣି ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି ଯେ, ସେ  ତାଙ୍କ  ବାସଭବନରେ ଜେଡିୟୁ ସଭାପତି ନୀତୀଶଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଏନଡିଏରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏବେ ଜେଡିୟୁର ଲୋକସଭାରେ ୨ ଜଣ ଏବଂ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ବିଭିନ୍ନ ବିଲ୍‌ ପାସ୍‌ କରିବା ପାଇଁ ଜେଡିୟୁର ସମର୍ଥନ ସରକାରଙ୍କ ପାଇଁ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି।

image