17 October 2017
10:26:13 PM
Sambad News
ଦେଶ- ବିଦେଶ

ସୁରକ୍ଷା ବାହିନୀ ଜାଲରୁ ଖସିଗଲା ଜାକିର ମୁସା

By Sambad | Date: Aug 12 2017 11:06PM
ସୁରକ୍ଷା ବାହିନୀ ଜାଲରୁ ଖସିଗଲା ଜାକିର ମୁସା

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନର ପୂର୍ବ କମାଣ୍ଡର   ଓ ଅଲ୍‌ କାଏଦାର କଶ୍ମୀର ମୁଖ୍ୟ ଜାକିର ମୁସା ପୁଣି ଥରେ ସୁରକ୍ଷାବାହିନୀ କବଳରୁ ଖସିଯିବାରେ ସକ୍ଷମ ହୋଇଛି। ଗତକାଲି ସଂଧ୍ୟାରେ ଜାକିର ଓ ତାର ସହଯୋଗୀ  ତ୍ରାଲ ଅଞ୍ଚଳରେ ଥିବା ତାର ପୈତୃକ ଗ୍ରାମ ନୁର୍‌ପୁରାରେ ଥିବା ଏକ ଘରେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିବା ପରେ ତାକୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚିବା ପରେ ପଥରଫିଙ୍ଗାଳିମାନେ ସେମାନଙ୍କୁ ତୀବ୍ର ବିରୋଧ କରିଥିଲେ। ଏହା ଫଳରେ ଜାକିର ଓ ତାର ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଜାକିର ଲୁଚିଥିବା ଘରୁ ଗୁଳିଚାଳନା ବନ୍ଦ ହୋଇଯିବା ପରେ ପଥର ଫିଙ୍ଗା ମଧ୍ୟ ବନ୍ଦ ହୋଇଯାଇଥିଲା।  ପଥର ମାଡ଼କୁ ପ୍ରତିହତ କରିବା ପାଇଁଏହାକୁ  ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ ଛାଡ଼ିଥଲେ। ସୁରକ୍ଷା କର୍ମୀ ଓ ପଥରଫିଙ୍ଗାଳୀଙ୍କ ମଧ୍ୟରେ ତୀବ୍ର ମୁକାବିଲା ହେବା ସତ୍ତ୍ୱେ ସେଠାରେ ତଲାସୀ ଅଭିଯାନ ଚାଲିଥିଲା। ଜାକିର ଓ ଏହାର ସହଯୋଗୀକୁ ଧରିବା ପାଇଁ ନୁର୍‌ପୁରା ଓ ଏହାର ନିକଟବର୍ତ୍ତୀ ଚାରିଟି ଗ୍ରାମକୁ କର୍ଡନ କରି ସୁରକ୍ଷାବାହିନୀ ତଲାସୀ ଚଳାଇଥିଲା। କିନ୍ତୁ ଘନ ଅନ୍ଧାର ଫଳରେ ସୁରକ୍ଷା କର୍ମୀମାନେ ଆତଙ୍କବାଦ ଦମନ ଅଭିଯାନକୁ ସ୍ଥଗିତ ରଖିଥିଲେ।  
 

image