21 November 2017
12:25:51 AM
Sambad News
ଦେଶ- ବିଦେଶ

ଚାଷୀମାନଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ

By Sambad | Date: May 19 2017 9:23PM
ଚାଷୀମାନଙ୍କ ପାଇଁ  ଆଧାର କାର୍ଡ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ:   ଦେଶର ସମସ୍ତ ଚାଷୀମାନଙ୍କ ପାଇଁ ଆଧାର କାର୍ଡ ଆସନ୍ତା ମାର୍ଚ ୩୧ ସୁଦ୍ଧା ବାଧ୍ୟତାମୂଳକ କରାଯିବାକୁ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  ଏହା ବ୍ୟତୀତ ଚାଷୀମାନଙ୍କ ଆଧାର କାର୍ଡକୁ କେନ୍ଦ୍ରୀୟ ଯୋଜନାରେ ଲିଙ୍କ୍‌ କରିବା ପାଇଁ କୁହାଯାଇଛି । କେନ୍ଦ୍ର କୃଷି ମନ୍ତ୍ରାଳୟର କହିବା  ଅନୁସାରେ  କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ରାଜ୍ୟକୁ ପଠାଯାଉଥିବା ସବ୍‌୍‌ସିଡି ଅର୍ଥ ସେମାନଙ୍କ ନିକଟରେ ପହଞ୍ଚିବାରେ ଅଯଥା ବିଳମ୍ବ ଘଟିଥିାଏ। ଏହା ବ୍ୟତୀତ ଦଲାଲ ଏବଂ ଏଜେଣ୍ଟମାନଙ୍କର ଜାଲିଆତି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ପୂର୍ଣ୍ଣ ସହାୟତା ମିଳପାରିନଥାଏ। ସବ୍‌ସିଡି ବାବଦରେ  ଚାଷୀମାନଙ୍କୁ ମିଳିଥିବା ଅର୍ଥରୁ ଦଲାଲମାନେ ସିଂହଭାଗ ନେଇଯାଇଥାନ୍ତି। କେବଳ ଏତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରୁ ଚାଷୀମାନଙ୍କୁ ମିଳୁଥିବା ସହାୟତା ରାଶିକୁ ମଧ୍ୟ ଦଲାଲମାନେ ଚଳୁ କରିଦେଇଥାନ୍ତି। ଆଧାର କାର୍ଡ ବାଧ୍ୟତାମୂଳକ ହେଲେ ଦଲାଲ ଓ ଏଜେଣ୍ଟମାନେ ଏଭଳି ହରିଲୁଟ୍‌ କରିପାରିବେ ନାହିଁ ଏବଂ ସବସିଡି ଅର୍ଥ ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା ହେବ।

image