19 October 2017
2:38:07 PM
Sambad News
ଦେଶ- ବିଦେଶ

ମେ’ ୧୩ରେ ତୃତୀୟ ବିଶ୍ୱଯୁଦ୍ଧ!

By Sambad | Date: Apr 21 2017 5:24AM
ମେ’ ୧୩ରେ ତୃତୀୟ ବିଶ୍ୱଯୁଦ୍ଧ!
Photo by : deviantart.net

ଟେକ୍ସାସ : ଏବେ ଆମେରିକା, ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେ ଘୋର ଉତ୍ତେଜନା ଦେଖାଦେଇଥିବାବେଳେ ଜଣେ ଭବିଷ୍ୟତ ବକ୍ତା ଆସନ୍ତା ମେ’ ୧୩ରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଦାବି କରିଛନ୍ତି। ନିଜକୁ ଅଲୌକିକ ଶକ୍ତି ସମ୍ପନ୍ନ ବୋଲି କହିଆସିଥିବା ଏହି ରହସ୍ୟବାଦୀ ସିଏଚ୍‌ ଭିଲେଗାସ ଗତ ୨୦୧୫ରେ ଡୋନାଲ୍‌ଡ ଟ୍ରମ୍ପଙ୍କ ସମ୍ପର୍କରେ ଭବିଷ୍ୟ ବାଣୀ କରି ସେ  ଆମେରିକା ରାଷ୍ଟ୍ରପତି ହେବେ ବୋଲି କହିଥିଲେ। ଏହା ସଠିକ ପ୍ରମାଣିତ ହୋଇଥିବାରୁ ତାଙ୍କର ନୂଆ ଆକଳନ ପ୍ରତି ବିଶ୍ୱବ୍ୟାପୀ ଉତ୍କଣ୍ଠା ପ୍ରକାଶ ପାଇଛି। 
 
‘ଡେଲି ଷ୍ଟାର’ରେ ପ୍ରକାଶିତ ଭିଲେଗାସଙ୍କ ଭବିଷ୍ୟବାଣୀରେ ଟ୍ରମ୍ପ ତୃତୀୟ ବିଶ୍ୱଯୁଦ୍ଧର ନାୟକ ପାଲଟିବେ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ପ୍ରଥମେ ସିରିୟା ଉପରେ ଆକ୍ରମଣ ହେବ। ଫଳରେ ରୁଷିଆ, ଚୀନ୍‌ ଓ ଉତ୍ତର କୋରିଆ ଏହି ବିବାଦରେ ନିଜକୁ ସାମିଲ କରିବେ। ଏହାପରେ ଉତ୍ତର କୋରିଆ ଉପରେ ଆମେରିକା ଆକ୍ରମଣ କରିବ। ମେ’୧୩ରେ ଯୀଶୁଖ୍ରୀଷ୍ଟଙ୍କ ମା’ ମେରିଙ୍କ ୧୦୦ତମ ଜୟନ୍ତୀ ଅବସରରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ଆକାଶରୁ ପୃଥିବୀକୁ ଅଗ୍ନି ପିଣ୍ଡୁଳାମାନ ଖସୁଥିବାର ସ୍ୱପ୍ନ ସେ ଦେଖିଥିବାରୁ ଯୁଦ୍ଧରେ ପରମାଣୁ ଅସ୍ତ୍ରର ବ୍ୟବହାର ହୋଇ ଅକଳ୍ପନୀୟ ଧନ ଜୀବନ ହାନି ଘଟାଇବ। ଏହି ଯୁଦ୍ଧ ଆସନ୍ତା ଅକ୍ଟୋବର ୧୩ରେ ଶେଷ ହେବ ଓ ଟ୍ରମ୍ପ ପୃଥିବୀର ସମ୍ରାଟ ପାଲଟିବେ ବୋଲି ସେ କହିଛନ୍ତି।

image