23 October 2017
4:17:01 AM
Sambad News
ରାଜ୍ୟ

ପୋଖରୀରେ ଡଙ୍ଗା ଓଲଟିଲା

ଶିକ୍ଷକ ନିଖୋଜ, ୩ ଉଦ୍ଧାର

By Sambad | Date: Jan 11 2017 1:34AM
ପୋଖରୀରେ ଡଙ୍ଗା ଓଲଟିଲା


ଗୋଳନ୍ଥରା/ଚିକିଟି/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉଜ୍ଜ୍ୱଳେଶ୍ୱର ମନ୍ଦିର ପୋଖରୀରେ ଡଙ୍ଗା ଓଲଟି ଜଣେ ନିଖୋଜ ରହିଥିବା ବେଳେ ୩ ଜଣ ପହଁରି ପହଁରି କୂଳରେ ଲାଗିଛନ୍ତି।
 ସକାଳୁ ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଆଦର୍ଶ ଶିକ୍ଷାନୁଷ୍ଠାନର ପ୍ରାୟ ୪୦ ଜଣ ଶିକ୍ଷାର୍ଥୀଙ୍କୁ ଧରି ଶିକ୍ଷକମାନେ ବଣଭୋଜି ପାଇଁ ଉଜ୍ଜ୍ୱଳେଶ୍ୱର ମନ୍ଦିରକୁ ଯାଇଥିଲେ। ସେଠାରେ ସମସ୍ତେ ବଣଭୋଜି ସାରି ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷକ ସୀମାଞ୍ଚଳ ପ୍ରଧାନ (୩୬)ଙ୍କ ସହିତ ସହଯୋଗୀ ସୁନୀଲ୍‌ ମହାରଣା, ଦୀପକ ଜେନା ଓ ଉପି ବରାଡ଼ ନିକଟ ପୋଖରୀରେ  ୟୁଏନ୍‌ଡିପିର ଏକ ଡଙ୍ଗା ନେଇ ବୋଟିଂ କରୁଥିଲେ।

ହଠାତ୍‌ କେହି ଜଣେ କୁମ୍ଭୀର ଆସିଲା ବୋଲି କହିବାରୁ ଭାରସାମ୍ୟ ହରାଇ ବୋଟ୍‌ ସହ ୪ ଜଣ ଯାକ ଓଲଟି ପଡ଼ିଥିଲେ। ହେଲେ ସୁନୀଲ୍‌, ଦୀପକ ଓ ଉପି ଜୀବନ ବିକଳରେ ପହଁରି ପହଁରି ପୋଖରୀ କୂଳକୁ ପହଞ୍ଚିପାରିଥିଲେ। ମାତ୍ର ସୀମାଞ୍ଚଳ ପହଁରା ଜାଣିନଥିବାରୁ ପାଣିରୁ ବାହାରିପାରି ନଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ତଲାସି ଆରମ୍ଭ କରିଥିଲେ ହେଁ ରାତି ସୁଦ୍ଧା ନିଖୋଜ ସୀମାଞ୍ଚଳଙ୍କୁ ଠାବ କରାଯାଇପାରିନାହିଁ।

image