21 November 2017
9:25:40 PM
Sambad News
ଗଞ୍ଜାମ

ଟ୍ରକ୍‌ ଚକାତଳେ ପଡ଼ି ମାମୁଁ-ଭଣଜାଙ୍କ ମୃତ୍ୟୁ

By Sambad | Date: Jan 7 2017 11:34AM
ଟ୍ରକ୍‌ ଚକାତଳେ ପଡ଼ି ମାମୁଁ-ଭଣଜାଙ୍କ ମୃତ୍ୟୁ

ଭଞ୍ଜନଗର,:ତାରସିଂ ଥାନା ନିକଟରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଥାନା ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନବଗୋଛା ନିକଟରେ ଥିବା ବୁଢ଼ାବାରି ଗ୍ରାମର ମାମୁଁ ନିଳ ବାରିକ ଓ ତାଙ୍କ ଭଣଜା ଦନାର୍ଦ୍ଦନ ବାରିକ ଏକ ବାଇକରେ ତିନିଛକିଆକୁ କୌଣସି କାମରେ ଆସି ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ କାଠ ବୋଝେଇ ଟ୍ରକ୍‌ରେ ଧକ୍କାହୋଇ ଚକତଳେ ପଡ଼ିଯାଇଥିଲେ ।

ଉଭୟଙ୍କ ମୁଣ୍ଡ ଉପରେ ଟ୍ରକ୍‌ର ଚକ ଚଢ଼ିଯାଇଥିଲା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୁର୍ଘଟଣାପରେ ଟ୍ରକଟି ତାରସିଂ ଥାନାରେ ଆତ୍ମ ସମର୍ପଣ କରିଥିଲା । ସଂଧ୍ୟା ହୋଇ ଯିବାରୁ  ଉଭୟଙ୍କ ଶବ ଭଞ୍ଜନଗର ଡ଼ାକ୍ତରଖାନାରେ ପଡ଼ି ରହିଛି । ଆସନ୍ତା କାଲି ସକାଳେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର ହେବ ବୋଲି ପୁଲିସ କହିଛି ।

image