20 October 2017
8:57:18 AM
Sambad News
ଗଞ୍ଜାମ

ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ

By Sambad | Date: Jan 6 2017 10:58AM
ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ

ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଚ଼ମାଖଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଭ୍ୟାନ୍‌ ଚାଳକ ରମ୍ଭା ଥାନା ଅନ୍ତର୍ଗତ ମଧୁରଚୂଆ ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ମୃତ୍ୟୁ ହୋଇଛି। ଗତ ବିଳମ୍ବିତ ରାତିରେ ଭ୍ୟାନ୍‌ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆନ୍ଧ୍ର ଟ୍ରକ୍‌ଟି ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଦୁର୍ଯ୍ୟୋଧନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

image