20 October 2017
8:57:42 AM
Sambad News
କନ୍ଧମାଳ

ନାବାଳିକା ଅପହରଣ ଉଦ୍ୟମ

By Sambad | Date: Jan 6 2017 10:56AM
ନାବାଳିକା  ଅପହରଣ ଉଦ୍ୟମ


ପାରଳାଖେମୁଣ୍ଡି:  କାଶୀନଗର ବ୍ଲକର ଖରଡା ଅଞ୍ଚଳର ଗୋପାଳ କୃଷ୍ଣ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଗତକାଲି ପାରଳାଖେମୁଣ୍ଡିରେ ଅପହରଣ ଉଦ୍ୟମ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ଉକ୍ତ ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତିରେ ଆଶ୍ରୟ ଦିଆଯାଇଛି।  ତାଙ୍କ ଘର ଗୁଣୁପୁର ବ୍ଲକ ତଲନା ପୋଷ୍ଟ ସାଂଗାରିଂଗା ଗ୍ରାମରେ। ତାଙ୍କ ପରିବାର ଲୋକଙ୍କ ସହ ଯୋଗାୋଗ ଚାଲିଛି।

ଶିଶୁ କଲ୍ୟାଣ ସମିତିର ସଭାପତି ବିନୋଦ ଜେନା ଦେଇଥିବା ସୂଚନା ଅନୁସାରେ, ଗୁଣୁପୁର ଅଞ୍ଚଳର ନାବାଳିକା ଜଣଙ୍କ  ତାଙ୍କର ଜଣେ ବନ୍ଧୁଙ୍କ ସହ ପାରଳାଖେମୁଣ୍ଡିକୁ ନୂଆବର୍ଷ ମନାଇବା ପାଇଁ ଆସିଥିଲେ। ଗତକାଲି ରାତିରେ ନିଜ ଗ୍ରାମକୁ ଫେରିଯିବେ ବୋଲି ବସ୍‌ଷ୍ଟାଣ୍ଡ ଯାଇଥିବା ବେଳେ ସେଠାରେ ବସ୍‌ ଛାଡିଦେଇଥିଲା। ଏହାପରେ ସେ ଦୁହେଁ ଏକ ଲଜ୍‌କୁ ଆସୁଥିବା ବେଳେ ଜଣେ ଯୁବକ ତାଙ୍କୁ ଟାଣି ନେବାକୁ ଚେଷ୍ଟା କରିବାରୁ ସେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଅଚିହ୍ନା ଯୁବକ ଜଣଙ୍କ ଭୟରେ ସେଠାରୁ ଫେରାର ହୋଇଯାଇଥିଲା।

image