24 November 2017
5:25:07 AM
Sambad News
ଗଜପତି

ଅପହରଣ, ଦୁଷ୍କର୍ମ ଶିକାର ଦୁଇ ନାବାଳିକା ଉଦ୍ଧାର

By Sambad | Date: Dec 27 2016 6:28AM
ଅପହରଣ, ଦୁଷ୍କର୍ମ ଶିକାର ଦୁଇ ନାବାଳିକା ଉଦ୍ଧାର

ପାରଳାଖେମୁଣ୍ଡି: ଶିଶୁ କଲ୍ୟାଣ ସମିତି ତରଫରୁ ଦୁଇଟି ପୃଥକ ପୃଥକ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ।
   

ମୋହନା ବ୍ଲକର କର୍ଣ୍ଣଳପୁର ଗ୍ରାମର ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିଲା ।  ଝିଅଟି ବିଦ୍ୟାଳୟକୁ ଯାଉଥିବା ବେଳେ ସେହି ବ୍ୟକ୍ତି ଜଣକ ତାକୁ ଅପହରଣ କରିନେଇଥିଲା। ପରିବାରବର୍ଗ ଜାଣିବା ପରେ ଗ୍ରାମସଭା ହୋଇଥିଲା । ମିମାଂସା ପାଇଁ ମଧ୍ୟ ଚିନ୍ତା କରାଗଲା । ବିବାହିତ ବ୍ୟକ୍ତିଜଣକ ନାବାଳିକାକୁ ନିଜ ସ୍ତ୍ରୀ ଭଳି ରଖିବି ବୋଲି କହି ଡିସେମ୍ବର ୧୭ ତାରିଖ ଦିନ ନିଜ ଘରକୁ ନେଇଥିଲେ । କିନ୍ତୁ ସେଠାରେ ପୁଣି ନାବାଳିକାକୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦିଆଯିବା ପରେ ସେ ଘରକୁ ଫେରି ଆସି ଥାନାରେ ଏତଲା ଦେଇଥିଲା ।
   

ସେହିଭଳି, ଅନ୍ୟ ଏକ ଘଟଣାରେ ରା.ଉଦୟଗିରି ବ୍ଲକର ୧୩ ବର୍ଷର ନାବାଳିକାକୁ ଜଣେ ପୂଜାରୀ ଅପହରଣ କରି ନେଇଥିଲେ । ଝିଅଟି ଯଜ୍ଞ ଦେଖିବାକୁ ଯାଇଥିବା ବେଳେ ପୂଜାରୀ ତାଙ୍କୁ ଧରି କେଉଁଆଡ଼େ ଚାଲିଯାଇଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ରାମଗିରି ପୁଲିସ୍‌ ନାବାଳିକାକୁ ଖୋର୍ଧା ଜିଲ୍ଲାରୁ ଉଦ୍ଧାର କରିଛି । ଦୁଇ ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତି କାଉନ୍‌ସେଲିଂ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର

image