21 November 2017
9:20:08 PM
Sambad News
ଗଜପତି

ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ

ସହରାଞ୍ଚଳ-ଗ୍ରାମାଞ୍ଚଳ ଅନୁଦାନରେ ଫରକ, କାମ ଧିମା

By Sambad | Date: Dec 16 2016 12:00PM
ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ


ଘୁ.ଉଦୟଗିରି: କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ ସହର ଓ ଗ୍ରାମକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା ନିମନ୍ତେ ପ୍ରତି ଘରେ ପାଇଖାନା ନିର୍ମାଣ ଟାର୍ଗେଟ ହୋଇଛି। ହେଲେ ପାଇଖାନା ତିଆରି ବାବଦକୁ ଅନୁଦାନ ଦେବା ବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାତରଅନ୍ତର ନୀତି ଅବଲମ୍ବନ ହେଉଛି। ଫଳରେ ସହରାଞ୍ଚଳରେ ପାଇଖାନା ତିଆରି କାମ ଧିମା ରହିଥିବା ଜଣାପଡିଛି।
   

ଗ୍ରାମାଞ୍ଚଳରେ ପାଇଖାନା ନିମନ୍ତେ ୧୨ହଜାର ଦିଆଯାଉଥିବା ବେଳେ ସହରାଞ୍ଚଳକୁ ମାତ୍ର ୫ହଜାର୩ଶହ ଟଙ୍କା। ଯାହାର ପ୍ରଭାବ ସହରାଞ୍ଚଳରେ ଦେଖିବାକୁ ମିଳିଛି। ଘୁ.ଉଦୟଗିରି ଏନ୍‌ଏସିକୁ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପାଇଖାନା ନିର୍ମାଣ ନିମନ୍ତେ ୩୯ଲକ୍ଷ  ୪୭ହଜାର ୩୩ଟଙ୍କା ଅନୁଦାନ ମିଳିଛି। ସେଥିରେ ମାତ୍ର ୧୦ଲକ୍ଷ ୪୯ହଜାର ଟଙ୍କା। ୨୦୧୯ ମସିହା ସୁଦ୍ଧା ସହରରେ ୧୦୪୦ ପରିବାର ପାଇଖାନା ନିର୍ମାଣ ନିମନ୍ତେ ଟାର୍ଗେଟ ଦିଆଯାଇଛି।

ଚଳିତବର୍ଷ ନିମନ୍ତେ ୭୧୦ ଆବେଦନ କରିଥିବା ବେଳେ  ୬୪୪ ପରିବାରଙ୍କ କାଗଜପତ୍ର ଯାଞ୍ଚ କରାଯାଇ ଯୋଗ୍ୟତା ହାସଲ କରିଛନ୍ତି। ସେଥିରୁ ମାତ୍ର ୫୨୫ଜଣ ପରିବାରକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧ଶହ ପରିବାର ପାଇଖାନା କାମ ସାରି ନିଜର ପ୍ରାପ୍ୟ ପାଇଥିବା ବେଳେ ୪୨୫ ପରିବାର ଆଂଶିକ କାର୍ଯ୍ୟ କରି ପ୍ରଥମ ଦଫାର ୨ହାରଜ ଟଙ୍କା ପାଇଛନ୍ତି।

ଆଉ କିଛି ନିଜ କାର୍ଯ୍ୟସାରି କାଗଜପତ୍ର ଦାଖଲ କରିନଥିବା ହେତୁ ଶେଷ ପର୍ଯ୍ୟାୟ ୩୩ଶହ ଟଙ୍କା ପାଇ ନାହାନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଦିବାସୀ, ହରିଜନ, ବିଧବା, ଭିନ୍ନକ୍ଷମ, ଶ୍ରମିକ ଓ ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ୨୭ଶହ ଟଙ୍କା ଅଧିକ ପ୍ରଦାନ କରାଯାଉଛି। ଏହି ଅଭିଯାନରେ ସ୍ଥାନୀୟ ୪ନମ୍ବର ଓ୍ଵାର୍ଡରେ ୩ଲକ୍ଷ ୯୦ହଜାର ଟଙ୍କା ବ୍ୟୟରେ କମ୍ୟୁନିଟି ପାଇଖାନା ନିର୍ମାଣ ଚାଲିଥିବା ବିଷୟ ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର

image