24 November 2017
5:26:44 AM
Sambad News
ଗଜପତି

ମଦ ଓ ପୋଚ ଜବତ, ୪ ଗିରଫ

By Sambad | Date: Dec 7 2016 11:22AM
ମଦ ଓ ପୋଚ ଜବତ, ୪ ଗିରଫ


ପାରଳାଖେମୁଣ୍ଡି: ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ଓ ପୁଲିସ୍‌ ତରଫରୁ ମିଳିତ ଚଢ଼ାଉ କରାଯାଇ ୧୫, ୫୦୦ ଲିଟର ପୋଚ, ୧୬୫୦ ଲିଟର ଦେଶୀ ମଦ ଓ ବହୁ ପରିମାଣର ରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏହି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୋଠେଇ ଗ୍ରାମର  ଆଲୋକ ଶବର , ରାୟଗଡ ଗ୍ରାମର ସୁଜାତା ଚିଞ୍ଚାଣି, ରସିକ ରାଜପୁର ଅଞ୍ଚଳର ରାଇନା ଶବର ଏବଂ ପାରଳାଖେମୁଣ୍ଡିର ମେଲା ସୋରଜିନି ।

ମିଳିଥିବା ସୂଚନା ଅନୁସାରେ, ଗୋଠେଇ, ପରିଡା, ରାୟଗଡ, ଚଂପାସାହି, ଅଡାସିଂ, ପାରଳା ଜାଗିଲି ସାହି, ରସିକ ରାଜପୁର, ନାରାୟଣପୁର ପ୍ରଭୃତି ଅଞ୍ଚଳରେ ଚଢାଉ ହୋଇଥିଲା । ଏନେଇ ୮ଟି  ମାମଲା ରୁଜୁ ହୋଇଛି। ଚଢାଉରେ  ଏସ୍‌ଆଇ ରମେଶ ଚନ୍ଦ୍ର ଶତପଥି, ଏଏସ୍‌ଆଇ କିଶୋର ଚନ୍ଦ୍ର ରଥ, ବୃନ୍ଦାବନ ମଣ୍ଡିଳ , ଚିତ୍ତ ଜେନା, କାହୁଁଚରଣ ଦଳାଇ  ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର

image