23 October 2017
7:03:30 PM
Sambad News
ମନୋରଞ୍ଜନ

କାହିଁକି ବନ୍ଦ ହେଲା ‘ଯୁବରାଜ’ ଏବଂ ପୁଣି ଆରମ୍ଭ ହେଲା‘ ତୋର ଦିନେ କୁ ମୋର ଦିନେ ’?

By Sambad | Date: Aug 24 2016 4:43PM
କାହିଁକି ବନ୍ଦ ହେଲା ‘ଯୁବରାଜ’ ଏବଂ ପୁଣି ଆରମ୍ଭ ହେଲା‘ ତୋର ଦିନେ କୁ ମୋର ଦିନେ ’?

କଟକ:ପ୍ରଯୋଜକ ସୀତାରାମ୍‌ ଅଗ୍ରଓ୍ଵାଲ୍‌ଙ୍କ  ନୂଆ ସିନେମା ‘ ତୋର ଦିନେ କୁ ମୋର ଦିନେ ’ କୁ  ନେଇ ନାନା କଥା ଶୁଣିବାକୁ ମିଳୁଥିଲା । ଏହାର  ପ୍ରଥମ ସିଡ୍ୟୁଲ୍‌ ସୁଟିଂ ସରିବା ପରେ ଓଲିଉଡ୍‌ ରେ ଚର୍ଚା ହେଲା ଯେ ଏହି ପ୍ରୋଜେକ୍ଟ୍‌ ବନ୍ଦ ହୋଇଗଲା। ତାପରେ ଏହି  ପ୍ରଯୋଜକ ‘ ତୋର ଦିନେ କୁ ମୋର ଦିନେ ’ କୁ   ଅଟକାଇ ଅନ୍ୟ ଜଣେ ନିର୍ମାତାଙ୍କ ମାର୍ଫତରେ ଅନୁଭବଙ୍କୁ ନେଇ  ‘ଯୁବରାଜ’ ଟାଇଟଲ୍‌ରେ ଅନ୍ୟ ଏକ ଓଡ଼ିଆ ଛବିର ନିର୍ମାଣରେ ଲାଗିପଡ଼ିଥିଲେ ବୋଲି ଶୁଣିବାକୁ  ମିଳିଥିଲା। ଫିଲ୍ମର ଗୀତ ରେକର୍ଡିଂ ମଧ୍ୟ ସରିଥିଲା । କିନ୍ତୁ  ଅନୁଭବ ଯେତେବେଳେ ଜାଣିଲେ ଯେ ଏହାର ପ୍ରକୃତ  ପ୍ରଯୋଜକ  ବିଜୟ କନ୍ଦୋଇ ନୁହନ୍ତି ବରଂ ସୀତାରାମ୍‌ ଅଗ୍ରଓ୍ଵାଲ୍‌ ସେତେବେଳେ ସେ ଏହି ଫିଲ୍ମରୁ  ଓହରିଗଲେ।
ଏହାପରେ ସୀତାରାମ୍‌ ଅଗ୍ରଓ୍ଵାଲ୍‌ ପୁଣି‘ ତୋର ଦିନେ କୁ ମୋର ଦିନେ ’ର ନିର୍ମାଣ ରେ ମନୋନିବେଶ କଲେ । ଏହି  ସିନେମାର କାର୍ଯ୍ୟକାରୀ ପ୍ରଯୋଜକ   ପ୍ରଦ୍ୟୁମ୍ନ ଲେଙ୍କା ଙ୍କ  ସୂଚନା ଅନୁଯାୟୀ ଇତି ମଧ୍ୟରେ ଫିଲ୍ମର ନବେ ପ୍ରତିଶତ ସୁଟିଂ ଶେଷ ହୋଇଯାଇଛି। ଖାଲି ସେତିକି ନୁହେଁ ଏହାର ଡବିଂ କାମ ମଧ୍ୟ ଚାଲିଛି। ଏଇ ୨୬ ତାରିଖରୁ ଫିଲ୍ମର ଅବଶିଷ୍ଟ ସୁଟିଂ ଆରମ୍ଭ ହେଉଛି ଏବଂ  ଦୁର୍ଗାପୂଜାରେ  ‘ ତୋର ଦିନେ କୁ ମୋର ଦିନେ ’ ରିଲିଜ୍‌ ହେବା ଥୟ ବୋଲି ସେ ସୂଚନା ଦେଇଛନ୍ତି। ସୁଧାଂଶୁ ମୋହନ ସାହୁ ନିର୍ଦେଶିତ ଏହି ଫିଲ୍ମର ମୁଖ୍ୟ କଳାକାରମାନେ ହେଲେ ଅରିନ୍ଦମ୍‌,ଅମ୍ଳାନ,ଶୀତଲ୍‌,ରୀୟା ,ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା,ଅସିତ ପତି,ରତନ ମେହେର ଏବଂ କୀର୍ତ୍ତୀ ମହାନ୍ତି। ରଣଜିତ ପଟ୍ଟନାୟକ ଏହାର ସଂଳାପ ଲେଖିଥିବା ବେଳେ  ମଳୟ ମିଶ୍ର ସଂଗୀତ ନିର୍ଦେଶନା ଦେଇଛନ୍ତି। ପ୍ରଥମେ‘ ତୋର ଦିନେ କୁ ମୋର ଦିନେ ’କୁ  ରାକ୍ଷୀ ପୂର୍ଣିମା ଅବସରରେ ରଲିଜ୍‌  କରିବାର ଯୋଜନା ରଖିଥିଲା  ପ୍ରଯୋଜନା ସଂସ୍ଥା ।
 

image