17 October 2017
10:22:40 PM
Sambad News
ମନୋରଞ୍ଜନ

କେବେ ବିବାହ କରୁଛନ୍ତି କ୍ରିକେଟର୍‌ ଜହିର ଖାନ ଓ ଅଭିନେତ୍ରୀ ସାଗରିକା ଘାଟଗେ?

By Sambad | Date: Aug 12 2017 12:19PM
କେବେ ବିବାହ କରୁଛନ୍ତି କ୍ରିକେଟର୍‌ ଜହିର ଖାନ ଓ ଅଭିନେତ୍ରୀ ସାଗରିକା ଘାଟଗେ?

ସଂପ୍ରତି ଅଭିନେତ୍ରୀ ସାଗରିକା ଘାଟଗେ ତାଙ୍କର ଭାବୀସ୍ୱାମୀ ତଥା କ୍ରିକେଟର୍‌ ଜହିର ଖାନଙ୍କ ସହ ଛୁଟି ବିତାଉଛନ୍ତି। ଉଭୟଙ୍କର ଢ଼େର ଦିନରୁ ଏନଗେଜମେଣ୍ଟ ସରିଛି ।ହେଲେ କେବେ ବାହାଘର ହେବ ତାକୁ ନେଇ ସେମାନଙ୍କର ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।
 
ଏସଂପର୍କରେ ଯେତେବେଳେ ସାଗରିକାଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ତାଙ୍କର ଉତ୍ତର ଥିଲା ‘ଆମେ ଏ ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହେବୁ। ଏଥିପାଇଁ ଆମେ କେତେକ ତାରିଖ ଠିକ୍‌ କରିଛୁ। ଉଭୟଙ୍କର ସୁବିଧାକୁ ଆଖି ଆଗରେ ରଖି ବିବାହ ତାରିଖ ନିର୍ଦ୍ଧାରିତ ହେବ।’
 
ଅନ୍ୟ ନାୟିକାଙ୍କ ଭଳି ସେ କ’ଣ ବିବାହପରେ ବି ଅଭିନୟ ଜାରି ରଖିବେ ବୋଲି ପଚରାଯିବାରୁ ସାଗରିକା କହିଲେ ଯେ ଭଲ ଭୂମିକା ମିଳିଲେ ସେ ନିଶ୍ଚିତ କାମ କରିବେ।
 

image