18 October 2017
11:46:33 PM
Sambad News
ମନୋରଞ୍ଜନ

ଓଲିଉଡ୍‌କୁ ଫେରୁଛନ୍ତି ରଚନା !

By Sambad | Date: Jan 12 2017 10:02AM
ଓଲିଉଡ୍‌କୁ ଫେରୁଛନ୍ତି ରଚନା !

ଭୁବନେଶ୍ୱର: ଏକଦା ଓଲିଉଡର ନମ୍ବର୍‌ ଏକ  ନାୟିକାଭାବେ ପରିଚିତା ବେଙ୍ଗଲି ବିଉଟି ରଚନା ବାନାର୍ଜୀ ପୁଣି ଓଡ଼ିଆ ସିନେଜଗତକୁ ଫେରୁଥିବାର ସୂଚନା ମିଳିଛି । ତା’ପୁଣି କାହା ଅପୋଜିଟ୍‌ରେ ଜାଣନ୍ତି? ଭାବିଲେ ଆପଣ ବିସ୍ମିତ ହୋଇପାରନ୍ତି ହେଲେ ଏହା ସତ୍ୟ ଯେ ରଚନା ତାଙ୍କର ହିଟ୍‌ ଯୋଡିଦାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନଜର ଆସିବେ ଏକ ଓଡ଼ିଆ ସିନେମାରେ । ପ୍ରାପ୍ତ ସୂଚନା ଅନୁଯାୟୀ ରଚନାଙ୍କୁ ଓଲିଉକୁ ଫେରାଇ ଆଣିବାର ଦାୟିତ୍ୱ ନେଇଛନ୍ତି ଜଣାଶୁଣା ନିର୍ଦେଶକ ଏସ୍‌ କେ ମୁରଲୀଧରନ୍‌ । ଅର୍ଥାତ୍‌ ତାଙ୍କ ନିର୍ଦେଶନାରେ ପ୍ରଥମ ଥର ଲାଗି ସିଦ୍ଧାନ୍ତ-ରଚନା ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ।

 
ଏଠାରେ ସୂଚନାଯୋଗ୍ୟଯେ ରଚନାଙ୍କୁ  ଓଡ଼ିଶାର ପ୍ରଖ୍ୟାତ ନିର୍ଦେଶକ ରାଜୁ ମିଶ୍ର ତାଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ସାଗର ଗଙ୍ଗା’ରେ ପ୍ରଥମେ ସୁଯୋଗ ଦେଇଥିଲେ । ଏହାପରେ ରଚନା ପ୍ରାୟ ୧୦ ବର୍ଷ ଧରି ଓଲିଉଡରେ  ରାଜ୍‌ କରିଥିଲେ। ଏହି ସମୟ ଭିତରେ ସେ ଭାଇ ହେଲା ଭଗାରି,ଯଶୋଦା,ଲକ୍ଷ୍ମଣରେଖା,ଗଙ୍ଗା ଯମୁନା,ଲକ୍ଷ୍ମୀପ୍ରତିମା,ସୁହାଗସିନ୍ଦୂର,ଧର୍ମ ସହିଲେ ହେଲା, ନାରୀ ନୁହେଁ ତୁ ନାରାୟଣୀ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର,ମୋ କୋଳ ତୋ ଝୁଲଣା,କଣ୍ଢେଇ ଆଖିରେ ଲୁହ, ଏବଂ ସନ୍ତାନ ଆଦି ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ ଛବିରେ ନାୟିକା ଭୂମିକା ନିଭାଇଥିଲେ ।
 
ତେବେ ୨୦୦୯ ସାଧାରଣ ନିର୍ବାଚନ ସମୟରେ ରଚନା ବାନାର୍ଜୀ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ କଂଗ୍ରେସ୍‌ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିବାପରେ ସେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସିଥିଲା ବୋଲି କୁହାଯାଉଥିଲା । ରଚନାଙ୍କ ଲେଉଟାଣିକୁ ଏବେ ଅପେକ୍ଷା ।
 
 

image