23 October 2017
7:05:02 PM
Sambad News
ମନୋରଞ୍ଜନ

ଇନ୍‌ଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ପ୍ରଶଂସକ ସଂଖ୍ୟା କୋଟିଏ ଟପିଲା

By Sambad | Date: Aug 22 2016 6:43PM
ଇନ୍‌ଷ୍ଟାଗ୍ରାମରେ  ପ୍ରିୟଙ୍କାଙ୍କ  ପ୍ରଶଂସକ ସଂଖ୍ୟା କୋଟିଏ ଟପିଲା

ମୁମ୍ବାଇ: ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌  ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକ ସଂଖ୍ୟା ୧କୋଟି ଟପିଯାଇଛି । ଏଥିପାଇଁ ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ସେମାନଙ୍କ  ଶ୍ରଦ୍ଧା ଓ ଭଲ ପାଇବା ଯୋଗୁଁ ହିଁ ମୁଁ ସଫଳତାର ପାଇ ପାରିଛି।  ଏହା ମୋର ବିଶ୍ୱାସ । ପ୍ରିୟଙ୍କା ଏବେ ଆମେରିକୀୟ ଟେଳିଭିଜନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘କ୍ୱାଣ୍ଟିକୋ’ର ଦ୍ୱିତୀୟ ସିଜିନ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସିନେମା ‘ବାଜିରାଓ ମସ୍ତାନୀ’ର ସଫଳତା ପରେ ପରେ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ୧ କୋଟି ଟପିଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ପ୍ରଶଂସକ ଥିବା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ୍‌। ଦ୍ୱିତୀୟରେ ଅଛନ୍ତି ପ୍ରିୟଙ୍କା। ଦୀପିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକ ସଂଖ୍ୟା ହେଉଛି ୧,୭୦୦୦୦୦। ସେହିପରି ଇନ୍‌ଷ୍ଟାଗ୍ରାମ୍‌ରେ ୮୫ଲକ୍ଷ ପ୍ରଶଂସକ ଥିବା ଆଲିଆ ଭଟ୍ଟ ତୃତୀୟ ସ୍ଥାନରେ ଓ ୬୮ଲକ୍ଷ ପ୍ରଶଂସକ ଥିବା ସୋନମ୍‌ କପୁର ଚତୁର୍ଥ ସ୍ଥାନରେ ଅଛନ୍ତି।
 

image