20 October 2017
10:27:28 AM
Sambad News
ମନୋରଞ୍ଜନ

ଧମାଲ୍‌ କରୁଛି ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଗୀତ!

By Sambad | Date: Aug 12 2017 2:26PM
ଧମାଲ୍‌ କରୁଛି ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଗୀତ!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡରେ ବି ନମ୍ବର ଓ୍ଵାନ୍‌ ହେବାକୁ ଚେଷ୍ଟା କରୁଛନ୍ତି । ଚଳିତ ବର୍ଷ ତାଙ୍କ ଅଭିନୀତ ହଲିଉଡ ସିନେମା ‘ବେଓ୍ଵାଚ୍‌’ ରିଲିଜ୍‌ ହେବାପରେ ପ୍ରିୟଙ୍କା ଚୋପ୍ରାଙ୍କର ଫ୍ୟାନ୍‌ ଫଲୋଅର୍ସମାନଙ୍କର ସଂଖ୍ୟା ବି ବଢ଼ିଯାଇଛି। ଏଣେ ତାଙ୍କର ଏକ ନୂଆ ଗୀତ ବି ବେଶ୍‌ ଚର୍ଚ୍ଚା ସାଉଁଟିବାରେ ଲାଗିଛି।ଏହି ଗୀତ ହେଲା ‘ୟଙ୍ଗ ଏଣ୍ଡ ଫ୍ରି…’।
 
ସବୁଠୁ ବଡ଼ କଥା ହେଲା ଯେ ଏହି ଗୀତଟି ଲେଖିଛନ୍ତି ନିଜେ ପ୍ରିୟଙ୍କା। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଲ୍‌ ସ୍ପାର୍କ। ପ୍ରିୟଙ୍କା ଚୋପ୍ରା ଏହାକୁ ଏକ ସରପ୍ରାଇଜ୍‌ ବୋଲି କହିଛନ୍ତି। ଏହାପୂର୍ବରୁ ସେ ଏଗଜାଟିକ୍‌ ଏବଂ ଇନ୍‌ ମାଇଁ ସିଟି ଭଳି ହିଟ୍‌ ଗୀତ ଦେଇଛନ୍ତି । ସେ ନିଜେ ଏହି ଗୀତରେ ବି କଣ୍ଠଦାନ କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ କହିବା ଅନୁଯାୟୀ ସେ ଏହି ଗୀତ ଲେଖିବାପରେ ହିଁ ବିଲ୍‌ ସ୍ପାର୍କ ସ୍ୱର ସଂଯୋଜନା କରିଥିଲେ।
 
ଖୁବ୍‌ ସାବଲୀଳ ଢ଼ଙ୍ଗରେ ଗୀତଟିକୁ ନ୍ୟାୟ ଦେଇଥିବା ହେତୁ ସଙ୍ଗୀତ ନିର୍ଦ୍ଦେଶକ ବିଲ୍‌ ସ୍ପାର୍କ ପ୍ରିୟଙ୍କା ଚୋପ୍ରାଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ କାମ କରିବାର ଆନନ୍ଦ ଅବର୍ଣ୍ଣନୀୟ।
 

image