24 November 2017
5:35:25 AM
Sambad News
ମନୋରଞ୍ଜନ

ଗର୍ଭାବସ୍ଥାରେ ବି କରିନା କରିଲେ ସୁଟିଂ

By Sambad | Date: Aug 23 2016 6:08PM
ଗର୍ଭାବସ୍ଥାରେ ବି କରିନା କରିଲେ ସୁଟିଂ

ମୁମ୍ବାଇ: ଅନିଲ କପୁର ଫିଲ୍ମ କମ୍ପାନି ଓ ବାଲାଜୀ ମୋସନ୍‌ ପିକଚର୍ସ ଦ୍ୱାରା ପ୍ରଯୋଜିତ କମେଡି ଫିଲ୍ମ ‘ଭିରେ ଦି େଓ୍ଵଡିଂ’ ସୁଟିଂ ଚାଲିଛି। ଏହି ସିନେମାର ପ୍ରଯୋଜନା ରେହା କପୁର ଓ ଏକତା କପୁର ମିଳିତ ଭାବେ କରୁଥିବାବେଳେ ନିର୍ଦେଶନା ଦେଉଛନ୍ତି ଶଶାଙ୍କ ଘୋଷ। ‘ଭିରେ ଦି େଓ୍ଵଡିଂ’ରେ ମୁଖ୍ୟ ଭୂମିକାରେ ଅଛନ୍ତି କରିନା କପୁର ଖାନ୍‌, ସୋନମ୍‌ କପୁର, ସ୍ୱରା ଭାସ୍କର ଓ ଶିଖା ତାଲସାନିଆ।  

ତେବେ ଅଭିନେତ୍ରୀ କରିନା କପୁର ଖାନ୍‌ ଗର୍ଭବତୀ  ଥିବା ହେତୁ  ‘ଭିରେଦି େଓ୍ଵଡିଂ’ର ସୁଟିଂ ସିଡ୍ୟୁଲ୍‌ ତାଙ୍କ ଗର୍ଭସ୍ଥ ସନ୍ତାନ ଉପରେ ପ୍ରଭାବ ପକାଇବ ବୋଲି ସମସ୍ତେ ତାଙ୍କୁ ଏହି ସିନେମାରୁ ନିବୃତ୍ତ ରହିବାକୁ ବାରଣ କରୁଥିଲେ। କିନ୍ତୁ କରିନାଙ୍କ ଆତ୍ମବିଶ୍ୱାସକୁ ମାନିବାକୁ ପଡ଼ିବ। ସେ ତାଙ୍କର ଏଭଳି ଅବସ୍ଥାରେ ବି ବିଜି ସୁଟିଂ ସିଡ୍ୟୁଲରେ କାମ କରୁଛନ୍ତି । କରିନାଙ୍କ କହିବାଅନୁସାରେ ସେ ସୁଟିଂ ସମୟରେ ବି ତଥା ତାଙ୍କ ଗର୍ଭସ୍ଥ ସନ୍ତାନର ଯେଭଳି ଯତ୍ନ ନେବା କଥା ସେଭଳି ଯତ୍ନ ନେଉଛନ୍ତି।

image