17 October 2017
10:26:26 PM
Sambad News
ମନୋରଞ୍ଜନ

ହର ପଟ୍ଟନାୟକଙ୍କ ବଲିଉଡ ଟିକେଟ୍‌ କଟିଯାଇଥିଲା !

By Sambad | Date: Aug 12 2017 1:02PM
ହର ପଟ୍ଟନାୟକଙ୍କ ବଲିଉଡ ଟିକେଟ୍‌ କଟିଯାଇଥିଲା !

ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ୍‌ ନିର୍ଦ୍ଦେଶକ ହର ପଟ୍ଟନାୟକ ବରିଷ୍ଠ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସୁବର୍ଣ୍ଣସୀତା’ରେ ନିର୍ଦ୍ଦେଶନା ସହକାରୀ ଭାବେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ‘ଦଇବଦଉଡି’ ସିନେମାରୁ ସ୍ୱାଧୀନଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ହେଲେ ହର ତାଙ୍କର ଗୁରୁ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ଏଇ ଆମ ସଂସାର’। ଏଥିରେ ବି ଖଳନାୟକ ଭୂମିକାରେ ନଜର ଆସିଥିଲେ ହର ପଟ୍ଟନାୟକ ।
 
ପରେ ଯେତେବେଳେ ନିର୍ଦ୍ଦେଶକ ଶିଶିର ମିଶ୍ର ‘ଏଇ ଆମ ସଂସାର’ର ହିନ୍ଦୀ ରିମେକ୍‌ କଲେ ସେତେବେଳେ ହର କରିଥିବା ମୂଳ ସିନେମାର ଚରିତ୍ରକୁ  ପୁଣି ଥରେ ନିଭାଇବାକୁ କହିଥିଲେ। ଏହି ସିନେମାର ଟାଇଟଲ୍‌ ହେଲା‘ବିଲ୍ଲୁ ବାଦଶାହା’। ସୁଟିଂ ଦିନ କିନ୍ତୁ ମୁମ୍ବାଇରେ ପହଞ୍ଚି ପାରି ନଥିଲେ ହର। ଅବଶେଷରେ ନିର୍ଦ୍ଦେଶକ ଶିଶିର ମିଶ୍ର ଉକ୍ତ ଭୂମିକାଟି ବଲିଉଡର ନାମୀ ଖଳନାୟକ ଗୁଲଶନ୍‌ ଗ୍ରୋଭରଙ୍କୁ ଦେଇଥିଲେ। ଏପରିଭାବେ ହରଙ୍କ ବଲିଉଡ ଟିକେଟ୍‌ କଟିଯାଇଥିଲା।
 

image