19 October 2017
5:09:39 AM
Sambad News
ମନୋରଞ୍ଜନ

ଭୂତ ହୋଇ ଡରେଇବେ ଦୀପକ

By Sambad | Date: Jan 11 2017 8:48PM
ଭୂତ ହୋଇ ଡରେଇବେ ଦୀପକ

କଟକ: ଜଣେ ଜୀବିତ ବ୍ୟକ୍ତି କିପରି ଭୂତ ହେବ ଓ ଲୋକଙ୍କୁ ଡରାଇବ ତାହା ଭାବିଲେ ବିସ୍ମିତ ହେବାକୁ ପଡେ। ପୁଣି ଏଠାରେ ଯେଉଁ ବ୍ୟକ୍ତିଙ୍କ କଥା କୁହାଯାଉଛି, ସେ ଜଣେ ସେଲିବ୍ରିଟି। ସେ ହେଉଛନ୍ତି ଓଲିଉଡ ହିରୋ ଦୀପକ।
 
ପ୍ରକୃତରେ ଏହା କୌଣସି ବ୍ୟକ୍ତିଗତ କଥା ନୁହେଁ। ଏହା ଏକ ସିନେମାର କାହାଣୀର ଅଂଶ। ନିକଟ ଭବିଷ୍ୟତରେ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଛବି ‘ଟିକେ ଖରା ଟିକେ ଛାଇ’ର ଅନ୍ୟତମ ନାୟକ ହେଉଛନ୍ତି ଦୀପକ। ଏଥିରେ ଦୀପକଙ୍କର ମୃତ୍ୟୁ ହୋଇ ଯାଇଛି। ଯେଉଁମାନେ ତାଙ୍କ ମୃତ୍ୟୁର କାରଣ, ସେମାନଙ୍କୁ ଭୂତ ହୋଇ ଡରାଉଛନ୍ତି ଦୀପକ। ତେବେ ପ୍ରାପ୍ତସୂଚନା ଅନୁଯାୟୀ ନାୟକ ଦୀପକ ଅଳ୍ପ କିଛି ଦିନ ପାଇଁ ସେହି ଫିଲ୍ମରେ ସୁଟିଂ କରିଥିଲେ। ତା’ପରେ ସେଥିରୁ ଓହରି ଯାଇଥିଲେ। ଏହାପରେ ପ୍ରଯୋଜନା ସଂସ୍ଥା କୁଆଡେ ମୂଳ କାହାଣୀକୁ  ବଦଳାଇ ଦେଇ  ନାୟକ ଦୀପକଙ୍କ ଚରିତ୍ରଟିକୁ ମାରି ଦିଆଗଲା। ତା’ପରେ ହରର ଫିଲ୍ମ ଭଳି ଏଥିରେ ତାଙ୍କ ଅଭିନୀତ ଚରିତ୍ରଟି ଭୂତ ହୋଇ ଡରାଉଛି। ତେବେ କାହାକୁ ସେ  ଡରାଉଛନ୍ତି ଓ ତା’ର କି ପରିଣତ ହେଉଛି, ତାହା ଜଣାପଡ଼ିବ ‘ଟିକେ ଖରା ଟିକେ ଛାଇ’ର ରିଲିଜ ପରେ।

image