20 October 2017
8:42:38 AM
Sambad News
ମନୋରଞ୍ଜନ

ଗାରଫିଲ୍‌ଡଙ୍କୁ ଚମ୍ବନ କଲେ ରୟାନ

ଗୋଲ୍‌ଡ଼େନ୍‌ ଗ୍ଳୋବ୍‌ ପୁରସ୍କାର ବିତରଣ ସମାରୋହରେ ଦର୍ଶକ ହେଲେ ଆଶ୍ଚର୍ଯ୍ୟ

By Sambad | Date: Jan 10 2017 8:20AM
ଗାରଫିଲ୍‌ଡଙ୍କୁ ଚମ୍ବନ କଲେ ରୟାନ

ଲସଏଞ୍ଜେଲେସ୍‌: ହଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ଡେଡ୍‌ପୁଲ୍‌’ର ଅଭିନେତା ରୟାନ୍‌ ରେନଲଡ୍ସ ନିଜ ପାଖରେ ବସିଥିବା ଅଭିନେତ୍ରୀ ଏଣ୍ଡ୍ରୁ ଗାରଫିଲ୍ଡଙ୍କୁ ସର୍ବସାଧାରଣରେ ଚୁମ୍ବନ କରିଛନ୍ତି। ଗୋଲ୍‌ଡ଼େନ୍‌ ଗ୍ଳୋବ୍‌ ପୁରସ୍କାର ବିତରଣ ସମାରୋହରେ ଏକାଠି ହୋଇଥିବା ଫିଲ୍ମ କଳାକାରଙ୍କ ଗହଣରେ ହୋଇଥିବା ଏହି ଦୃଶ୍ୟକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉଭୟ କଳାକାର ପାଖାପାଖି ବସିଥିଲେ। ଜଣେ ଜଣଙ୍କୁ ଆଲିଙ୍ଗନ କରିବା ପରେ ଓଠରେ ଓଠ ଲଗାଇ ଚୁମ୍ବନ କରିବା ଆରମ୍ଭ କରିଦେଇଥିଲେ। 
 
ରେନଲଡ୍ସ ଓ ଗାରଫିଲ୍ଡ ଜଣେ ଅନ୍ୟକୁ ଯେତେବେଳେ ଚୁମ୍ବନ କରୁଥିଲେ, ସେତେବେଳେ ରେନଲ୍ଡଙ୍କ ପତ୍ନୀ ଖୁବ୍‌ ମଜା ସହିତ ହସୁଥିଲେ। ସମାରୋହରେ ରେନଲଡ୍ସ ପତ୍ନୀ ଓ ପିଲାଙ୍କୁ ସାଥିରେ ଆଣିଥିଲେ। 
 
ଉଭୟ ଅଭିନେତା ଓ ଅଭିନେତ୍ରୀ ହଲିଉଡ଼ ଫିଲ୍ମ ଦୁନିଆରେ ଭଲ ନାମ କରିଛନ୍ତି। ଗାରଫିଲ୍ଡଙ୍କ ଫିଲ୍ମ ‘ସ୍ପାଇଡର ମ୍ୟାନ’ ୨୦୧୨ରେ ଓ ରେନଲଡ୍ସଙ୍କ ଫିଲ୍ମ ‘ଡେଡପୁଲ’ ୨୦୧୪ରେ ସୁପରହିଟ୍‌ ହୋଇଥିଲା। 
 

image