23 October 2017
12:43:42 AM
Sambad News
ମନୋରଞ୍ଜନ

ସଲମାନ୍‌ଙ୍କ ପ୍ରଶଂସା କଲେ ଐଶ୍ୱର୍ଯ୍ୟା

By Sambad | Date: Jan 10 2017 12:40PM
ସଲମାନ୍‌ଙ୍କ ପ୍ରଶଂସା କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ଙ୍କୁ ପୁଣି ତାଙ୍କର ଏକ୍ସ୍‍ ଗର୍ଲ ଫ୍ରେଣ୍ଡ୍‌ ଐଶ୍ୱର୍ଯ୍ୟା ରାୟବଚ୍ଚନ୍‌ ପ୍ରଶଂସା କରିବେ ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗିବ । କିନ୍ତ ସତରେ ଏକ ମଞ୍ଚରେ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କୁ ପ୍ରଶଂସା କରିଛନ୍ତି । ଆଉ ଏଭଳି ଘଟିଛି ନିକଟରେ ଅନୁଷ୍ଠିତ ଷ୍ଟାରଡଷ୍ଟ୍‍ ଆଓ୍ଵାର୍ଡ ଫଙ୍କସନ୍‌ରେ । ସେଠାରେ ଅଲମ୍ପିକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ହୋଇଥିବା ହେତୁ ଖୁସି ଜଣାଇ ସଲମାନ୍‌ଙ୍କ ନାମ ନ ନେଇ ଐଶ୍ୱର୍ଯ୍ୟା ରାୟବଚ୍ଚନ୍‌ ତାଙ୍କର ପ୍ରଶଂସା କରିଥିଲେ ।
 
ଠିକ୍‌ ସେହିପରି ସଲମାନ୍‌ ମଧ୍ୟ ସେହି ଉତ୍ସବରେ ଐଶ୍ୱର୍ଯ୍ୟାଙ୍କ ନାମ ନ ନେଇ ତାଙ୍କୁ ତାରିଫ୍‌ କରିଥିଲେ । ଏହି ଉତ୍ସବରେ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ସ୍ୱାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ମଞ୍ଚ ପରିଚାଳନା କରୁଥିଲେ । ଏତଦବ୍ୟତୀତ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ ।
 

image