19 October 2017
5:27:12 AM
Sambad News
ମହାନଗର

୨୫ କଳାକାର ପାଇବେ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ

୧୫ରେ ‘ଚଳଚ୍ଚିତ୍ର ଜଗତ’ର ବାର୍ଷିକ ଉତ୍ସବ

By Sambad | Date: Jan 11 2017 7:49AM
୨୫ କଳାକାର ପାଇବେ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ

ଭୁବନେଶ୍ୱର: ‘ଚଳଚ୍ଚିତ୍ର ଜଗତ’ର ୪୧ତମ ବାର୍ଷିକ ଉତ୍ସବ ଆସନ୍ତା ୧୫ ତାରିଖ ଅପରାହ୍ଣ ୫ଟା ସମୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ୨୦୧୫ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ୨୫ଜଣ କଳାକାରଙ୍କୁ ଏହି ଉତ୍ସବରେ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ୨୦୧୬’ ପ୍ରଦାନ କରାଯିବା ସହ ଚିିକିତ୍ସା, ଶିକ୍ଷା, ବିଜ୍ଞାନ, ସାହିତ୍ୟ, କୃଷି, ବୈଷୟିକ ଜ୍ଞାନକୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ପ୍ରତିଷ୍ଠିତ ପ୍ରତିଭାଧରଙ୍କ ମଧ୍ୟରୁ ୧୦ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯିବ।

‘ଚଳଚ୍ଚିତ୍ର ଜଗତ’ର ସର୍ବଶ୍ରେଷ୍ଠ ସମ୍ମାନ ନିତାଇ ପାଲିତ ପୁରସ୍କାର ଏ ବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷ, ଚଳଚ୍ଚିତ୍ର ଗବେଷକ, ଅଭିନେତା, ନିର୍ଦେଶକ ଓ ଲେଖକ ଭୀମ ସିଂହଙ୍କ ନାମରେ ନାମିତ ପୁରସ୍କାର ଜାତୀୟସ୍ତରରେ ପୁରସ୍କାରପ୍ରାପ୍ତ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକ ଏବଂ ସଂଗୀତ ଜଗତର ଯଶସ୍ୱୀ ବ୍ୟକ୍ତିତ୍ୱ ଜେଇ କ୍ୟାସେଟ୍‌ କମ୍ପାନିର ପ୍ରତିଷ୍ଠାତା ସତ୍ୟନାରାୟଣ ଅଗ୍ରଓ୍ଵାଲଙ୍କ ନାମରେ ନାମିତ ପୁରସ୍କାର ବିଶିଷ୍ଟ ସଙ୍ଗୀତକାର ତଥା ଉପସ୍ଥାପକ ବସନ୍ତ କୁମାର ମହାନ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି ବୋଲି ଚଳଚ୍ଚିତ୍ର ଜଗତର ସମ୍ପାଦକ ଆଦିକନ୍ଦ ରାଉତ ସୂଚନା ଦେଇଛନ୍ତି।

image